ଶିକ୍ଷାରଥ ଦ୍ୱାରା ଜନ ସଚେତନତା

ବୋଲଗଡ଼,୯/୪ (ଉପାନ୍ତ ଖବର): ଗୁରୁବାର ଦିନ ବୋଲଗଡ଼ ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁଙ୍କ ନିର୍ଦ୍ଦେଶରେ ସାଗରଗୁଆ଼଼ନ୍ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରଦୀପ ବଳବନ୍ତରାୟଙ୍କ ତତ୍ତ୍ଵାବଧାନରେ ଖାରଡପଲ୍ଲୀ, ନୂଆ ସିଙ୍ଗୀପୁର,ବାଳସି°ହ ପାଟଣା,ଗୋଡିଆଳି, ଜରି ପଡ଼ା ପୋଡ଼ା ପାଟଣା ଏବଂ ପାଟବନ୍ଧରେ ଅବସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ,ବାଳସି°ହ ପାଟଣା ଓ ହଳଦୀପଦା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ, ସାଗରଗୁଆ଼଼ନ୍ ରେ ଶିକ୍ଷା ସଚେତନତା ରଥକୁ କ୍ୟାସିଓ, ମୃଦଙ୍ଗ ଓ ଡ୍ରମ ବାଦନ ସହ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନକରି ସ୍ୱାଗତ କରାଯାଇଥିଲା।ବାଙ୍କୋଇ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସନ୍ତୋଷ ସାମଲଙ୍କ ସଂଯୋଜନା ରେ ବେଣାଗାଡିଆ,ଗର୍ଭଣୀପଡା, ବାଙ୍କୋଇ ଦେଶ ଓ ପାନନଗର ସ୍ଥିତ ପ୍ରାଥମିକ ବିଦ୍ୟାଳୟ,ବେଣାଗାଡିଆ,ସହଜପୁର,କନ୍ତାଇଲୋ, ବଡ଼ କୁମାରୀ ଏବଂ କାଉଁରୀ ପାଟଣା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ଏବଂ ପି.ଏମ୍.ଶ୍ରୀ.ସରକାରୀ ଉଚ୍ଚ ବିଦ୍ୟାଳୟ, ବାଙ୍କୋଇ ଠାରେ ନୃତ୍ୟ ପରିବେଷଣ, ଧୂପ, ଦୀପ ଓ ପୁଷ୍ପ ପ୍ରଦାନ,ଚନ୍ଦନ ପ୍ରଲେପନ ସହ ବନ୍ଦାପନା କରି ଶିକ୍ଷା ରଥକୁ ପାଛୋଟି ନିଆଯାଇଥିଲା। ଉପରୋକ୍ତ ପ୍ରତ୍ୟେକ ବିଦ୍ୟାଳୟ ଓ ଗ୍ରାମ ଗୁଡିକରେ ରଥ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସ୍ୱାଇଁ ଯାତ୍ରା କରିଥିଲେ। ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ବେହେରା, ଚିତ୍ତରଞ୍ଜନ ସ୍ୱାଇଁ, ସର୍ବେଶ୍ଵର ପାଇକରାୟ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ଦଳାଇ, ସରପଞ୍ଚ ରମାମଣି ଦେଇ, ଜିଲ୍ଲା ପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ, ଶିକ୍ଷକ ପ୍ରଫୁଲ୍ଲ କୁମାର ସିଂହ ,ମାନସ ପ୍ରଧାନ, ରାହାସ ବିଷୋୟୀ, ସୁବାସ ଦେହୁରୀ, ରସାନନ୍ଦ ପାତ୍ର, ସୁବାସ ଦାସ, ଶୁଭେନ୍ଦୁ ସ୍ୱାଇଁ, ରାକେଶ ସୁବୁଦ୍ଧି, ସରୋଜ ସାମନ୍ତ ସିଂହାର, ସତ୍ୟବ୍ରତ ନାୟକ, ମନୋରଞ୍ଜନ ପ୍ରହରାଜ, ଏବଂ କେତେକ
ଛାତ୍ରଛାତ୍ରୀ ପ୍ଳା କାର୍ଡ ଧରି ସ୍ଳୋଗାନ୍ ଦେଇ ବାଇକ୍ ରାଲିରେ ଶିକ୍ଷା ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ। ତୁଳସୀ ପୃଷ୍ଟି,ଅନ୍ସାରା ବେଗମ୍,ବିପିନ ବିହାରୀ ମିଶ୍ର, ବାଜାମ ଆରା ସାହାଜାଦୀ, ରବିନ୍ଦ୍ର କୁମାର ସାହୁ, ସହଯୋଗକରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
