April 27, 2026
ajiro khabar
Share

 

 

୧-ଭୁବନେଶ୍ୱର: ଏପ୍ରିଲ ୨୭ ସୁଦ୍ଧା ଶିଶୁ ବାଟିକାରୁ ମାଟ୍ରିକ ଯାଏଁ ମିଳିବ ସ୍କୁଲ ୟୁନିଫର୍ମ। କଡାକଡି ହେବ ପୋଷାକ ଗୁଣବତ୍ତା ଯାଞ୍ଚ।

 

୨-ଭୁବନେଶ୍ୱର:ମେ’ ପାଞ୍ଚରୁ ପିଜି ପ୍ରବେଶିକା ପରୀକ୍ଷା,୩୧,୯୧୫ଟି ସିଟ୍ ନିମନ୍ତେ ଆବେଦନ କରିଛନ୍ତି ୫୮,୭୦୮ଛାତ୍ରଛାତ୍ରୀ।

 

୩-ବେଗୁନିଆପଡା: କୋଦଳା ସ୍ବାସ୍ଥ୍ୟକେନ୍ଦ୍ରରେ ଏରିୟର ହଡପ୍ ଘଟଣା,୫ କର୍ମଚାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ।

 

୪-ରାଜନଗର: ସରକାରୀ ନିର୍ଦ୍ଦେଶକୁ ବେଖାତିର,ଏ ଯାଏଁ ସ୍କୁଲକୁ ମିଳିଲା ନାହିଁ ORS।

 

୫-ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମରେ ଅଶ୍ଳୀଳ ଭାଷାରେ ରିଲ୍ସ, ରୋଷ୍ଟିଂ, ସର୍ଟସ ପଡିବ ମହଙ୍ଗା। ହୋଇପାରେ ଜେଲ କି ବଡ ଜରିମାନା। ଏଥିପାଇଁ ରାଜ୍ୟ ସରକାର ଆଣୁଛନ୍ତି ସ୍ୱତନ୍ତ୍ର ଆଇନ।

 

୬-୫ ଜିଲ୍ଲାରେ ନିର୍ଧୁମ କାଚିବ। ପ୍ରବଳ ବର୍ଷା ସାଙ୍ଗକୁ କିଛି ସ୍ଥାନରେ ୫୦-୬୦ କିଲୋମିଟର ବେଗରେ ବହିବ ପବନ। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାକୁ ସତର୍କ ସୂଚନା ଜାରି।

 

୭-ଭୁବନେଶ୍ଵର:ଭାଇଙ୍କ ପାଇଁ ଦିଲ୍ଲୀ ଯିବେ ନବୀନ । ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କର ହେଲା ହାର୍ଟ ସର୍ଜରୀ ।

 

୮-ରତ୍ନଭଣ୍ଡାର ଗଣତି ନେଇ ଗଜପତିଙ୍କ ମତ; କହିଲେ, ସମୟ ଲାଗୁ ପଛେ କାମ ନିଖୁଣ ହେବା ଦରକାର।

 

୯-ଭୁବନେଶ୍ୱର:ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ଗ୍ୟାସ ସିଲିଣ୍ଡର, ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା।

 

୧୦-ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଭୂଇଁପୁରରେ ୪୦ ହଜାର ୮୧୧ କୋଟି ଟଙ୍କା ନିବେଶରେ ୩୬ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।

 

୧୧-କୃଷ୍ଣପ୍ରସାଦ:ଚିଲିକାରେ ହଜିଗଲା ଭସାପୋଲ, କାଳବୈଶାଖୀ ଯୋଗୁଁ ଦିଗ ଭୁଲିଗଲା ଭସାପୋଲ।

 

୧୨-ଏପ୍ରିଲ ୧୭ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ,ଏହି ଦିନ ଏକାଠି ହେବେ ବିଜୁ ଅନୁଗତ, ପଡ଼ିବ ନୂଆ ଦଳର ମୁଳଦୂଆ।

 

୧୩-ମାଲକାନଗିରିରେ କୁପୋଷଣର କରାଳ ରୂପ; ଆଦିମ ବଣ୍ଡା ଘାଟିରେ ସବୁଠାରୁ ଅଧିକ ଅପପୁଷ୍ଟି ପିଲା ଚିହ୍ନଟ।

 

୧୪-କେରଳ,ଆସାମ, ପୁଡୁଚେରୀରେ ଆଜି ଭୋଟ୍, ତିନି ରାଜ୍ୟର ୨୯୬ ଆସନରେ ଗୋଟିଏ ପର୍ଯ୍ୟାୟରେ ହେବ ମତଦାନ।

 

୧୫-IPL:ରୋମାଞ୍ଚକର ମୁକାବିଲାରେ ୧ ରନରେ ବିଜୟୀ ହୋଇଛି ଗୁଜରାଟ।

 

୧୬-ଦେଢ଼ ଲକ୍ଷ ଟପିଲା ୨୪ କ୍ୟାରେଟ୍ ଗୋଲ୍ଡ, ୨୨ କ୍ୟାରେଟ୍ ସୁନା ଲକ୍ଷେ ୪୦ ହଜାର ପାର୍।

 

୧୭-ମହିଳା ସଂରକ୍ଷଣ ବିଲକୁ କେନ୍ଦ୍ର କ୍ୟାବିନେଟର ଗ୍ରୀନ୍ ସିଗନାଲ୍,୮୧୬କୁ ବଢିବ ଲୋକସଭା ସିଟ୍।

 

୧୮-ଲେବାନନ ଉପରେ ଆକ୍ରମଣ ଜାରି ରହିଲେ ଭାଙ୍ଗିବ ଅସ୍ତ୍ରବିରତି…’, ଧମକ ଦେଇ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଲା ଇରାନ।

 

୧୯-ହୋର୍ମୁଜରୁ ଟୋଲ ଅସୁଲ ପାଇଁ ଇରାନ ସହ ଜଏଣ୍ଟଭେଞ୍ଚର କରିବାକୁ ଚାହାନ୍ତି ଆମେରିକା ରାଷ୍ଟ୍ରପତି।

 

୨୦-ମଧ୍ୟ ପ୍ରାଚ୍ୟ ଯୁଦ୍ଧ:୩୬୪୦ଜଣଙ୍କର ମୃତ୍ୟୁ,୯୦ ହଜାର ଘର ଧ୍ବଂସ,୪୦ ଦିନର ଭୟଙ୍କର ଯୁଦ୍ଧ।