ଉମରକୋଟ ରେ ଅଘଟଣ ନାଳ ଭିତରେ ଯୁବକ ଙ୍କ ଶବ…….
ଉମରକୋଟ(ଏମ୍.ଦୀନା°ଶୁ ଆଚାରୀ) ମୁକୁଳା ନାଳ ଭିତରେ ପଡିଥିବା ଜଣେ ଯୁବକ ଙ୍କ ଶବ ଉଦ୍ଧାର କରିଛି ପୋଲିସ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୈାର ପରିଷଦର ପେଣ୍ଡାଣି ମହାବିଦ୍ୟାଳୟ ନିକଟରେ । ମୃତ ଯୁବକ ଜଣକ ହେଲେ ଗଣେଶ ଭାତ୍ରା(୨୫)। ସ୍ଥାନୀୟ ଲୋକେ ଗଣେଶ ମୁକୁଳା ନାଳ ଭିତରେ ପଡି ମୃତ୍ୟୁ ବରଣ କରିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ଗଣେଷ ଙ୍କ ପ୍ରକୃତ ଘର କୋଟପାଡ ବ୍ଲକ ଶଶାହାଣ୍ଡି ଗ୍ରାମରେ। ମିଳିଥିବା ସୂଚନା ଅନୁସାରେ ଗଣେଶ କିଛି ଦିନ ହେବ ଉମରକୋଟ ର ବିଭିନ୍ନ ଜଳଖିଆ ଦୋକାନରେ ଜଳଖିଆ ମିସ୍ତ୍ରୀ ଭାବେ କାମ କରୁଥିଲେ ପରେ ସେ ଖଲାସି କାମ କରି ଜୀବିକା ନିର୍ବାହ କରୁଥିଲେ। ଗଣେଷ ଉମରକୋଟର ଡି.ଏନ.କେ ପି.ଏଚ.ଡି କଲୋନୀରେ ବସବାସ କରୁଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଗଣେଶ କୁ ଫିଡସ ରୋଗ ଥିଲା। ଆଜି ସକାଳେ ଗଣେଶ କୈାଣସି କାମରେ କଲେଜ ପାଖ ରାସ୍ତା ଦେଇ ଯାଉଥିବା ବେଳେ ଅସାବଧାନତାବଶତଃ କିମ୍ବା ଅନ୍ୟ କୌଣସି କାରଣରୁ ରାସ୍ତା ପାର୍ଶ୍ୱରେ ଥିବା ଖୋଲା ଡ୍ରେନ୍ରେ ପଡିଯାଇଥିଲେ। ଦୁର୍ଭାଗ୍ୟବଶତଃ ସେ ଡ୍ରେନ୍ରୁ ବାହାରି ପାରିନଥିବାରୁ ଘଟଣାସ୍ଥଳରେ ହିଁ ଗଣେଶ ଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଖବରପାଇ ପରିବାର ଲୋକେ ଉମରକୋଟ ଡାକ୍ତରଖାନାରେ ପହଞ୍ଚି ଥିଲେ। ଏନେଇ ପରିବାର ଲୋକଙ୍କ ପକ୍ଷରୁ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପୋଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି। ଅନ୍ୟପକ୍ଷେ ଏହି ଘଟଣା ଘଟିବା ପରେ ସ୍ଥାନୀୟ ଲୋକମାନେ ଖୋଲା ଡ୍ରେନ୍ଗୁଡିକୁ ଶୀଘ୍ର ଢାଙ୍କିବା ପାଇଁ ପୌରପରିଷଦ ପ୍ରଶାସନଙ୍କୁ ଦାବି କରିଛନ୍ତି, ଯାହା ଆଗାମୀ ଦିନରେ ଏପରି ଦୁର୍ଘଟଣା ରୋକିବାରେ ସହାୟକ ହେବ।
