*କୋରାପୁଟ ସେଣ୍ଟ୍ରାଲ ୟୁନିଭର୍ସଟି ସମ୍ମୁଖରେ ପ୍ରତିବାଦ
(ଗୁପ୍ତେଶ୍ୱର ରଥ) କୋରାପୁଟ ସେଣ୍ଟ୍ରାଲ ୟୁନିଭର୍ସିଟି ସମ୍ମୁଖରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆୟୋଜିତ ହୋଇଥିଲା । ଏହି ପ୍ରତିବାଦରେ CLP ନେତା ଓ ପୋଟାଙ୍ଗୀ ବିଧାୟକ ଶ୍ରୀ ରାମଚନ୍ଦ୍ର କାଦମ, DCC ଅଧ୍ୟକ୍ଷ ଡାକ୍ତର ରୂପକ ତୁରୁକ ଏବଂ ମୁଁ ସମ୍ମିଳିତ ହୋଇଥିଲେ । ୟୁନିଭର୍ସିଟିର SC, ST ଓ OBC ଛାତ୍ରଛାତ୍ରୀମାନେ ୧୯ଟି ଦାବି ସହ ଏହି ପ୍ରତିବାଦକୁ ଡାକ ଦେଇଥିଲେ ।
ରେଜିଷ୍ଟ୍ରାର ଓ ଅନ୍ୟାନ୍ୟ କର୍ମଚାରୀମାନେ ଆସି ଦାବିଗୁଡ଼ିକ ଉପରେ ଆଲୋଚନା କରିଥିଲେ । ଶେଷରେ ସେମାନେ ୨୦ ତାରିଖ ମଧ୍ୟରେ, ୟୁନିଭର୍ସିଟି ପକ୍ଷରୁ ସମ୍ଭବ ଥିବା ଦାବିଗୁଡ଼ିକ ପୂରଣ କରିବେ ବୋଲି ଆଶ୍ୱାସନ ଦେଇଥିଲେ ।
