କେଶରୀ ନଗର ମାଣିକପୁର ୪ ମନ୍ଦିର ପ୍ରତିଷ୍ଠା ଉତ୍ସବ , ଯୋଗ ଦେଲେ ମନ୍ତ୍ରୀ ବିଧାୟକ

ମୋହନା, ୮/୪ (ନି.ପ୍ର): ମୋହନା ବ୍ଲକ ଅନ୍ତର୍ଗତ ମାଣିକପୁର କେଶରୀ ନଗର ଠାରେ ଜିଲ୍ଲାର ଶକ୍ତିକେନ୍ଦ୍ର ଭାବେ ପରିଚିତ ରାଷ୍ଟ୍ରୀୟ ସ୍ଵୟଂସେବକ ଦ୍ଵାରା ନିର୍ମିତ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଆଜି ଉଦଘାଟନ ହୋଇ ଯାଇଛି ।ହନୁମାନ ମନ୍ଦିରର ଧ୍ଵଜା ଆରୋହଣ, ଶିବ ମନ୍ଦିର, ବୁଦ୍ଧ ମନ୍ଦିର, ଗଣେଶ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ସାତ ଦିନ ଧରି ଚାଲୁ ରହିବ।ରୁଷିମାଳ, ମହେନ୍ଦ୍ରତନୟା, ତପ୍ତପାଣି ଭଳି ସାତଗୋଟି ନଦୀରୁ ସୁସଜ୍ଜିତ ରଥ ସହିତ ହଜାର ହଜାର ମହିଳା କଳସ ଯାତ୍ରାରେ ସାମିଲ ହୋଇଥିଲେ । ଜିରାଙ୍ଗ ବୌଦ୍ଧ ମନ୍ଦିରରୁ ନବ ନିର୍ମିତ ବୁଦ୍ଧମୂର୍ତ୍ତୀକୁ ବହୁ ପଟୁଆରରେ ଅଣାଯାଇ ପୁରୋହିତ ମାନଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇ ଉପବିଷ୍ଟ କରାଯାଇଥିଲା । ଘୃତ ଯଜ୍ଞ, ନାମ ଯଜ୍ଞ, ଜ୍ଞାନ ଯଜ୍ଞ, ଅନ୍ନଯଜ୍ଞ, ହନୁମାନ ଚାଳିଶା, ସଙ୍କୀର୍ତ୍ତନ ମଣ୍ଡଳୀ, ଭାଗବତ ମଣ୍ଡଳୀ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦିନରେ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘର ଓଡିଶା ପ୍ରାନ୍ତ ସଂଘ ଚାଳକ ସମୀର କୁମାର ମହାନ୍ତି ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅପରାହ୍ନରେ ରାଜ୍ୟ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ବିଜେପି ରାଜ୍ଯ ଉପ ସଭାପତି କେ.ନାରାୟଣ ରାଓ, ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସରୋଜ ସାବତ, ଗଜପତି ଜିଲ୍ଲା ବିଜେପି ସଭାପତି ନବ କିଶୋର ଶବର, ଜିଲ୍ଲା ସାଧରଣ ସମ୍ପାଦକ ଅମ୍ବିକା ପ୍ରସାଦ ଘଡେଇ, ଯୁବ ମୋର୍ଚ୍ଚା ସଭାପତି ସତ୍ୟଜିତ ବିଶୋୟୀ, ଏସଡ଼ିସି ଚେୟାରମ୍ୟାନ କାମଦେବ ବଡନାୟକ, ରାଜ୍ଯ ଯୁବ ମୋର୍ଚ୍ଚା ସଦସ୍ୟ ଆଖଣ୍ଡଳମଣି ଗୌଡ, ଉପ ସଭାପତି ଶିବରାମ ମହାଙ୍କୁଡ, ମୋହନା ବିଧାୟକ ପ୍ରାର୍ଥି ପ୍ରଶାନ୍ତ ମଲ୍ଲିକ, ଉପ ସଭାପତି ଶ୍ରୀଧର ନାଇଡୁ, ଏମପି ଜିଲ୍ଲା ପ୍ରତିନିଧି ଆର. ବିଜୟ କୁମାର, ଗଞ୍ଜାମ ଜିଲ୍ଲା ଅଧିନ କରଚୁଲି ମଠ ମହନ୍ତ ସତ୍ୟାନନ୍ଦ ଗିରି ପ୍ରମୂଖ ଯୋଗ ଦେଇଥିଲେ । ପୂର୍ବ ପ୍ରାନ୍ତ ଶାରୀରିକ ପ୍ରମୂଖ ଅଶୋକ ରଣଜିତଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଶାନ୍ତ ସୁବୁଦ୍ଧି ଏହାକୁ ପରିଚାଳନା କରିଥିଲେ l
