April 24, 2026

ଛତ୍ରମଠ ସରସ୍ବତୀ ଶିଶୁମନ୍ଦିର ରେ ପ୍ରବେଶ ଉତ୍ସବ

IMG-20260408-WA0084
Share

ତିର୍ତ୍ତୋଲ ତା 8/4/2026 ତିର୍ତ୍ତୋଲ ବ୍ଲକ, କନକପୁର ପଞ୍ଚାୟତ ଅଧିନ ଛତ୍ରମଠ -ତରାପୁର ସ୍ଥିତ ସରସ୍ବତୀ ଶିଶୁମନ୍ଦିର ରେ ବିଦ୍ୟାଳୟ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଅରୁଣ ଶ୍ରେଣୀ ଠାରୁ ସପ୍ତମଶ୍ରେଣୀ ପର୍ଯ୍ୟନ୍ତ, ନୂଆ ନାମ ଲେଖାଇଥିବା ବିଦ୍ୟାର୍ଥୀ ମାନଙ୍କ ସ୍ୱାଗତ ଉପଲକ୍ଷେ, ବିଦ୍ୟାଳୟ ପରିସରରେ ହୋମ ଯଜ୍ଞ ଓ ନାମସଂକୀର୍ତ୍ତନ କରାଯିବା ପରେ ଏକ ଶୋଭାଯାତ୍ରା ବାହାରି ମା ତରାଦେଇ ଙ୍କ ମନ୍ଦିର ପରିକ୍ରମା କରି ଫେରିଆସିଥିଲେ l ପରେ ପରେ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ଧୁନଚନ୍ଦ୍ର ସେନାପତି ଓ ଯୁଗ୍ମ ସମ୍ପାଦକ ବିଜୟ କୁମାର ପଣ୍ଡା ଙ୍କ ସମେତ ସମସ୍ତ ବିଦ୍ୟାର୍ଥୀ ଓ ଅଭିଭାବକ ମାନେ ଵେଦମାତା ଗାୟତ୍ରୀ ଓ ମହାପୁରୁଷ ମାନଙ୍କ ପଟ୍ଟଚିତ୍ର ରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ l ପ୍ରଧାନ ଆଚାର୍ଯ୍ୟ ଉମାକାନ୍ତ ସାହୁ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ଶିବପ୍ରସାଦ ନନ୍ଦ, ଅଶୋକ କୁମାର ସିଂହ, ସରୋଜିନୀ ରାଉତ, ସୁପ୍ରଭା ନାୟକ, ମଞ୍ଜୁଶ୍ରୀ ବେହେରା, ସାବିତ୍ରୀ ମହଲା, କମଳିନୀ ଶତପଥୀ, ସୁଜାତା ରାଉତ ଓ ରାଜଶ୍ରୀ ବେହେରା ପ୍ରମୁଖ ଗୁରୁ ଓ ଗୁରୁମା ମାନେ ପରିଚାଳନା କରିବାକ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed