ଅଜଣା ଯୁବକ ଉଦ୍ଧାର ଓ ଥଇଥାନ
ତିର୍ତ୍ତୋଲ( ଶରତ କୁମାର ଦାଶ) ଚେହେରା ଓ ବେଶ ପୋଷାକରୁ ଜଣା ପଡୁଥିଲା ବ୍ୟକ୍ତିଟି ସାମାନ୍ୟ ମାନସିକ ଭିନ୍ନକ୍ଷମ ବୋଲି।ମୁହଁରେ କୌଣସି ଭାଷା ନଥିଲା ପରିଚୟ ମଧ୍ୟ ଅସ୍ପଷ୍ଟ।ଯାହାକୁ ଦେଖିଲେ ଭୟ ବିବ୍ରତ ଭାବରେ ହସି ଦେଉଥିଲା।ବୟସ ପାଖାପାଖି କୋଡିଏ ବର୍ଷ ମଧ୍ୟରେ।ସକାଳ ସମୟ ଚଳ ଚଞ୍ଚଳ ତିର୍ତ୍ତୋଲ ଥାନା ଭିତରକୁ ଚାଲି ଆସିଥିଲା ଯୁବକ ଜଣକ।ଥାନା କର୍ମଚାରୀଙ୍କ ମଧ୍ୟରେ ପୋଲିସର ସନ୍ଦେହ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।ତର୍ଜମା ଓ ଅନୁସନ୍ଧାନ ପରେ ଯୁବକଙ୍କ ପାଖରେ ଥିବା ଛିଣ୍ଡା ବ୍ୟାଗରୁ ପ୍ରାପ୍ତ ଆଧାର କାର୍ଡ଼ରୁ ତାଙ୍କ ପରିଚୟ ଅବଗତ ହେବା ପରେ ସହୃଦୟ ପୋଲିସ ବାହିନୀ ଯୁବକଙ୍କ ଥଇଥାନ ସମ୍ପର୍କରେ ଚିନ୍ତା କରିଥିଲେ।ସହୃଦୟ ଉପମଣ୍ଡଳ ପୋଲିସ ଅଧିକାରୀ ଅଜୟ କୁମାର ଦାସ ମୋହଦୟ ଏପରି ବ୍ୟକ୍ତି ବିଶେଷଙ୍କୁ ଉଦ୍ଧାର ଓ ଥଇଥାନ କରୁଥିବା ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ଙ୍କୁ ଯୋଗଯୋଗ କରିଥିଲେ।ଶ୍ରୀମତୀ ଆଚାର୍ଯ୍ୟ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ମମତା ନାୟକ ଙ୍କ ସହ ଯୋଗା ଯୋଗ କରି ତିର୍ତ୍ତୋଲ ପୋଲିସ ତଥା ଦେବଦୁତ ସଡକ ସୁରକ୍ଷା ବହିନୀର ସଭାପତି ପଙ୍କଜ ତରାଇ ଙ୍କ ସହାୟତାରେ ଜଗତସିଂହପୁର ସ୍ଥିତ ଆଶ୍ରା ସଙ୍ଗଠନ ରେ ଯୁବକଙ୍କୁ ଆସ୍ଥାୟୀ ଭାବେ ଅବସ୍ଥାପିତ କରାଯାଇଛି।
ଅଳ୍ପ ଦିନ ମଧ୍ୟରେ ଯୁବକଙ୍କୁ ନୀଳାଚଳ ସେବା ପ୍ରତିଷ୍ଠାନ କଣାସ ରେ ଅବସ୍ଥାପିତ କରାଯିବ ବୋଲି ଶ୍ରୀମତୀ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।ତିର୍ତ୍ତୋଲ ପୋଲିସ ର ଏପରି ମାନବୋଚିତ କାର୍ଯ୍ୟ କଳାପ କୁ ପ୍ରଶଂସା କରିଛନ୍ତି ଅଞ୍ଚଳ ବାସିନ୍ଦା।
