April 23, 2026

ସଭ୍ୟ ଜଗତ କିଶୋର ଦାନୀ ଙ୍କର ବିୟୋଗରେ ଉତ୍ସର୍ଗ ର ଶୋକସଭା 

IMG-20260408-WA0086
Share

 

ସମ୍ବଲପୁର, ୦୮. ୦୪():ସମ୍ବଲପୁର ର ସ୍ବେଛାସେବୀ ଅନୁଷ୍ଠାନ “ଉତ୍ସର୍ଗ ” ପକ୍ଷରୁ ନିଜସ୍ୱ କାର୍ଯ୍ୟାଳୟ ରେ ଅନୁଷ୍ଠାନ ର ବରିଷ୍ଠ ସଭ୍ୟ ଜଗତ କିଶୋର ଦାନୀ ଙ୍କର ବିୟୋଗ ରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି l

ଅନୁଷ୍ଠାନ ର ସଂଯୋଜକ ପ୍ରଶାନ୍ତ କୁମାର ପାଟ୍ଟଯୋଶୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସ୍ବର୍ଗତ ଜଗତ କିଶୋର ଦାନୀ ଙ୍କର ଅମର ଆତ୍ମା ର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l

ସଂଯୋଜକ ଶ୍ରୀ ପାଟ୍ଟଯୋଶୀ ସ୍ମୃତି ଚାରଣ କରି କହିଲେ ଯେ, ସ୍ବର୍ଗତ ଦାନୀ ଜଣେ କର୍ମନିଷ୍ଟ, ଅମାୟିକ ଓ ସେବା ମନୋବୃତ୍ତି ର ବ୍ୟକ୍ତି ଥିଲେ l ଜିଲ୍ଲାପାଳ ଙ୍କର କାର୍ଯ୍ୟାଳୟ ରେ ବରିଷ୍ଠ ଷ୍ଟେନୋ ଭାବରେ କାର୍ଯ୍ୟ କରି ଅବସର ନେଇଥିଲେ l ତାଙ୍କର ବିୟୋଗ ରେ ଉତ୍ସର୍ଗ ଜଣେ ଅବିଭାବକ ଙ୍କୁ ହରେଇଲା ବୋଲି କହିଥିଲେ l ବରିଷ୍ଠ ସଭ୍ୟ ସୁଧୀର ପୂଜାରୀ ସ୍ମୃତି ଚାରଣ କରିବା ସହ ସ୍ବର୍ଗତ ଦାନୀ ଙ୍କର ପରିବାର ର ଅନେକ ଦୁଃଖଦ ସମୟ ବିଷୟରେ କହିଥିଲେ l ସ୍ବର୍ଗତ ଦାନୀ ପକ୍ଷାଘାତ ରୋଗର ରେ ପୀଡିତ ଥିବା ବେଳେ ବ୍ରେନ ଷ୍ଟ୍ରୋକ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ବିଷୟ ସୂଚନା ଦେଇଥିଲେ l ବରିଷ୍ଠ ସଭ୍ୟ ଉମାଶଙ୍କର ଯୋଶୀ ସ୍ବର୍ଗତ ଦାନୀ ଙ୍କର ବିତେଇ ଥିବା ପିଲା ଦିନର ଅନେକ ବିଷୟ କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନ ର ସଭ୍ୟ ରାଜେନ୍ଦ୍ର କୁମାର ପ୍ରଧାନ, ଲକ୍ଷ୍ମଣ କୁମାର ପାଣିଗ୍ରାହୀ, ଶିବ ଶଙ୍କର ପାଣିଗ୍ରାହୀ, ପ୍ରଣବାନନ୍ଦ ଦାନୀ, ସୂର୍ଯ୍ୟ ପାଣିଗ୍ରାହୀ, ହରିଶଙ୍କର ମେହେର, ବିଶ୍ୱରଂଜନ ସାହୁ, ଦୁର୍ଗା ମାଧବ ମିଶ୍ର, ଗଂଗଦେବ ବଗର୍ତ୍ତୀ, ସନତ କୁମାର ବେହେରା, ନରେଶ ଚନ୍ଦ୍ର ନାଗ ପ୍ରମୁଖ ସ୍ବର୍ଗତ ଦାନୀ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ମୃତି ଚାରଣ କରିଥିଲେ l

You may have missed