ପିପୁଲ୍ସ କଲେଜରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ୪୩ ୟୁନିଟ୍ ରକ୍ତ ସଂଗ୍ରହ

ବୁଗୁଡ଼ା : ତା ୦୮/୦୬/୨୬ : ସ୍ଥାନୀୟ ପିପୁଲ୍ସ କଲେଜ ପରିସରରେ ୟୁଥ୍ ରେଡ୍ କ୍ରସ୍ ଓ ରେଡ୍ ରିବନ୍ କ୍ଲବ ୟୁନିଟ୍ ପକ୍ଷରୁ ଭାରତ ସ୍କାଉଟ ଏଣ୍ଡ୍ ଗାଇଡ୍ ୟୁନିଟ୍ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ପକ୍ଷ ପାଳନ ଅବସରରେ ଆୟୋଜିତ ଉକ୍ତ ଶିବିରକୁ କଲେଜ ଅଧ୍ୟକ୍ଷ ଡ.ପୁରୁଷୋତ୍ତମ ମିଶ୍ର ଉଦଘାଟନ କରିଥିବା ବେଳେ ଏଥିରେ ଉପାଧ୍ୟକ୍ଷ ହରିକୃଷ୍ଣ ନାୟକ, ଅଧ୍ୟାପକ ପ୍ରଦୀପ କୁମାର ଦାଶ ଓ ସଞ୍ଜୟ କୁମାର ପ୍ରଧାନ ଯୋଗ ଦେଇ ସ୍ବେଚ୍ଛାକୃତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିର ଅବସରରେ କଲେଜ ଛାତ୍ରଛାତ୍ରୀଙ୍କ ସମେତ ଅନ୍ଯାନ୍ଯ ବ୍ଯକ୍ତିଗଣ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲା ବେଳେ ଭଞ୍ଜନଗର ବ୍ଲଡ ବ୍ଯାଙ୍କ କର୍ତ୍ତୃପକ୍ଷଙ୍କ ଦ୍ବାରା ୪୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଅନ୍ଯପକ୍ଷରେ ଓ୍ବାଇଆରସି କୋଅର୍ଡିନେଟର ଅଧ୍ଯାପକ ପବିତ୍ର ଖଣ୍ଡୁଆଳ ଏହି ଶିବିରକୁ ପରିଚାଳନା କରିଥିବା ବେଳେ ଭାରତ ସ୍କାଉଟ ଏଣ୍ଡ୍ ଗାଇଡ୍ ୟୁନିଟର ରୋଭର ଲିଡର ଅଧ୍ଯାପକ ଆତ୍ମପ୍ରକାଶ ନାୟକଙ୍କ ସମେତ ଓ୍ବାଇଆରସି ଭଲ୍ଯୁଣ୍ଟରସ୍ ଏଥିରେ ସକ୍ରିୟ ସହଯୋଗ କରିଥିଲେ।
