April 25, 2026

କଲ୍ୟାଣ ମଣ୍ଡପ ନିର୍ମାଣ ନେଇ ବିଧାୟକ ଙ୍କ ଦାମୋଦରପୁର ଗ୍ରାମ ପରିଦର୍ଶନ

IMG-20230526-WA0004
Share

 

 

-ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମବାସୀ ଙ୍କ ଅନୁରୋଧକ୍ରମେ ଦାମୋଦରପୁର ଗ୍ରାମରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଦାମୋଦର ପୁର ଗ୍ରାମରେ ପହଞ୍ଚି ନିର୍ମାଣ ସ୍ଥଳ ପରିଦର୍ଶନ କରିଛନ୍ତି l ଗ୍ରାମରେ ପହଞ୍ଚିବା ପରେ ଅଂଚଳବାସୀ ଙ୍କ ପକ୍ଷରୁ ବିଧାୟକ ଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରାଯାଇଥିଲା l ଗ୍ରାମରେ ରହିଥିବା ବହୁ ପୁରାତନ ସ୍କୁଲ ଗୃହ ଟି

ଭଗ୍ନ ଅବସ୍ଥାରେ ରହିଛି l ଉକ୍ତ ସ୍ଥାନରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରିବା ପାଇଁ ଗ୍ରାମବାସୀ ମାନଙ୍କ ସହ ଆଲୋଚନା ହୋଇଥିଲା

l ଦୁଇଦିନ ତଳେ ଗ୍ରାମବାସୀ ମାନେ

ବିଧାୟକ ଙ୍କୁ ଗ୍ରାମରେ ଏକ କଲ୍ୟାଣ ମଣ୍ଡପର ଆବଶ୍ୟକତା ସମ୍ପର୍କରେ ଅବଗତ କରିଥିଲେ l ଯାହାକୁ ନେଇ ବିଧାୟକ ଉକ୍ତ ପ୍ରକଳ୍ପ ନିର୍ମାଣ ନେଇ ତୁରନ୍ତ ପଦକ୍ଷେପ ନେଉଥିବାରୁ ଗ୍ରାମବାସୀ ଖୁସିବ୍ୟକ୍ତ କରିଥିଲେ l ଏହି ଅବସରରେ ଋଷିକୁଲ୍ୟା ନଦୀରେ ନିର୍ମାଣ ହେଉଥିବା ପଥର ବାଜ ପ୍ରକଳ୍ପ ପରିଦର୍ଶନ କରିବା ସହ

ଗ୍ରାମରେ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟକ୍ରମ କିପରି ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ l ଏନଏସି ଉପନଗରପାଳ ସୁରେନ୍ଦ୍ର କୁମାର ବାରିକି, କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, କାଉନସିଲର ପି. ଚନ୍ଦ୍ରଶେଖର, ପି. ମୋହନ ରେଡି, ଯୁବ ବିଜେଡି ନେତା ସୁଧିର କୁମାର ପାଢ଼ୀ,ଗୋପାଳ ବେହେରା, ଶ୍ରୀଚରଣ ବେହେରା, ବଂଶୀଧର ବେହେରା, ଉମାକାନ୍ତ ବେହେରା, ଇସ୍ପିତ ବେହେରା,ମହେନ୍ଦ୍ର ବେହେରା,ଗୋବିନ୍ଦ ବେହେରା ପ୍ରମୁଖ ଗ୍ରାମବାସୀ ଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ l