ବେଆଇନ ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ: ୬୮ କେଜି ଗଞ୍ଜେଇ ଜବତ, ୨ ଗିରଫ, ଦୁଇ କାର୍ ଜବତ
ବେଲଗୁଣ୍ଠା, ୨୫/୦୮: ବେଆଇନ ଭାବେ ଗଞ୍ଜେଇ ଚାଲାଣ ହେଉଥିବା ସମୟରେ ବୁଗୁଡ଼ା ଅବକାରୀ ବିଭାଗ ପକ୍ଷରୁ ବେଲଗୁଣ୍ଠା ନିକଟ ଗୋଶାଳା ଛକଠାରେ ଚଢ଼ାଉ କରାଯାଇ ୬୮ କେଜି ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ଗଞ୍ଜେଇ ଚାଲାଣ ହେଉଥିବା ଦୁଇଟି କାର କୁ ଜବତ କରିବା ସହ ଦୁଇ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ଗିରଫ ଦୁଇ ବ୍ୟକ୍ତି ହେଲେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳର ଭିକାରୀ ଚରଣ ନାୟକ ଏବଂ ଗୌତମ ବୁଦ୍ଧ। ବିଭାଗୀୟ ସୂଚନା କ୍ରମେ ଅବକାରୀ ଏସ୍ଆଇ ଜ୍ୟୋତିରଞ୍ଜନ ସେନାପତିଙ୍କ ନେତୃତ୍ୱରେ ଅବକାରୀ ବିଭାଗର ଏକ ଟିମ୍ କନ୍ଧମାଳରୁ ଭୁବନେଶ୍ୱରକୁ ଚାଲାଣ ହେଉଥିବା ଗଞ୍ଜେଇ ଭର୍ତ୍ତି ଗାଡ଼ିକୁ ପିଛା କରି ବେଲଗୁଣ୍ଠା ନିକଟସ୍ଥ ଗୋଶାଳା ଛକ ନିକଟରେ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଗଞ୍ଜେଇ ମିଳିବା ପରେ ଏହାକୁ ଜବତ କରାଯାଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଛଅ ଲକ୍ଷ ଷାଠିଏ ହଜାର ଟଙ୍କା ହେବ ବୋଲି ଜଣା ପଡ଼ିଛି। ଗିରଫ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଅବକାରୀ ଆଇନ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରହିଛି।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ
