April 24, 2026

ପିଏମ୍ ଶ୍ରୀ ବନ ବିହାରୀ ଉଚ୍ଚ ବିଦ୍ୟାଳୟର ରେ ୧୨୫ ତମ ବାର୍ଷିକ ଉତ୍ସବ

IMG-20260405-WA0034
Share

    ଆଜି କୁଜଙ୍ଗ ସ୍ଥିତ ବନ ବିହାରୀ ଉଚ୍ଚ ବିଦ୍ୟାଳୟ ରେ ୧୨୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଭୁପ୍ରସଦ ତରାଇ ସାଂସଦ ଜଗତସିଂହପୁର , କେଶବ ମେହେର ଜିଲ୍ଲା ଶିକ୍ଷା ଅଧିକାରୀ ଜଗତସିଂହପୁର , ରାଜୁ ସାମଲ ଅବସରପ୍ରାପ୍ତ ନିର୍ଦ୍ଦେଶକ ଦି ନିୟୁ ଇଣ୍ଡିଆ ଆସ୍ୟୁରାନସ୍ କମ୍ପାନୀ ଲିମିଟେଡ, କ୍ୟାପଟେନ୍ ଡ଼ ସଞ୍ଜୀବ କୁମାର ମୁଦୁଲି ସଂସ୍ଥାପକ . ବ୍ରହ୍ମ ଜଗନ୍ନାଥ ମିଶନ, ଡ଼ ସରଣାରବିନ୍ଦ ଓଝା ଚିତ୍ରନାଟ୍ୟ ଓ ସଂଳାପ ଲେଖକ ତଥା କଥାକାର, ଅଧ୍ୟାପକ ଅକ୍ଷୟ କୁମାର ପଲାଇ ସଭାପତି ଆଲୁମିନି କମିଟି, ଡ଼ ପ୍ରବୀର କୁମାର ପ୍ରଧାନ ସଭାପତି ବିଦ୍ୟାଳୟ ପରିଚାଳନା କମିଟି, ମନୋଜ କୁମାର ବେହେରା ପ୍ରଧାନ ଶିକ୍ଷକ ପ୍ରମୁଖ ଯୋଗଦେଇ ରାଜ୍ୟ ତଥା ଦେଶର ଆଗାମୀ ଭବିଷ୍ୟତ ଙ୍କୁ ସମ୍ମୋଧିତ କରିଛନ୍ତି।ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ।ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ କୁନି କୁନି ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଭଲ ପାଠ ପଡିବା ସହିତ କଳା ପତି ରୁଚି ରଖିଲେ ସଫଳତା ମିଳିବ ବୋଲି ପିଲାମାନଙ୍କୁ କହିଥିଲେ।ପିଲାଙ୍କ ଭବିଷ୍ୟତ, କଳା ରେ ଓଡିଶା ଓ ଓଡିଶା ବାହାରେ ନା କମାନ୍ତୁ ଏବଂ ପ୍ରତେକ ପିଲା ନିଜ ଘରେ ଜଳନ୍ତା ଠାକୁର ବାପା ମା ଙ୍କ କଥା ମାନିବା ଓ ଭଲ ମଣିଷ ହୋଇପାରିବା ବୋଲି ନିଜ ନିଜ ବକ୍ତବ୍ୟରେ କହିଥିଲେ।ଆଜିର ଏହି ଉତ୍ସବ କୁ ଶାନ୍ତି ସୁଙ୍ଖଳା ସହିତ ପରିଚାଳନା କରିଥିଲେ ।ଏଥିରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। (ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )