ମାରୁତି ସ୍ଟୁଡ଼ିଓ ତରଫରୁ ବନ୍ଧୁ ମିଳନ..
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ ଜଗନ୍ନାଥପୁର ଗ୍ରାମ ପଂଚାୟତ ରେ ଥିବା ମାରୁତି ଫେସନ ସ୍ଟୁଡ଼ିଓ ତରଫରୁ ତୁରୁଖା ଗ୍ରାମରେ ଥିବା ପ୍ରସିଦ୍ଧ ଗ୍ରାମ ଦେବତୀ ମା ବନଦୁର୍ଗା ମନ୍ଦିର ପ୍ରାଙ୍ଗଣ ରେ ବନ୍ଧୁ ମିଳନର ଆୟୋଜନ ହୋଇଥିଲା । ଏହି ସ୍ଟୁଡ଼ିଓ ରେ ଥିବା ୨୦ଜଣ ପିଲା ମାନଙ୍କୁ ନେଇ ଏକ ଶପଥ ଗହଣ କର। ଯାଇ ଥିଲ। । ଏକ ମନ ଏକ ପ୍ରାଣ ଦେଇ କାମ କରିବୁ,ସ୍ଟୁଡ଼ିଓ କୁ ଆଗେଇ ନବୁ,ମିଳିମିଶି ସମସ୍ତେ ଚଳିବୁ ଓ ସମାଜ ପାଇଁ ଭଲ କାମ କରିବୁ ବୋଲି ମା ଙ୍କ ପାଦ ତଳେ କଥା ଦେଇଚନ୍ତି। ସ୍ଟୁଡିଓ ପିଲା ମାନଙ୍କ ତରଫରୁ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ସାମ୍ବାଦିକ ବନ୍ଧୁ, ଜଗନ୍ନାଥପୁର ଗ୍ରାମପଂଚାୟତର ସରପଞ୍ଚ ସୁଶାନ୍ତ କୁମାର ନାୟକ ମହୋଦୟ, ଜଗନ୍ନାଥପୁର ବଜାର ରେ ଥିବା ସାରଳା ଜୁଏଲରସ ର ପ୍ରତିଷ୍ଠାତା,ସୁଶାନ୍ତ କୁମାର ମାଣିକ ଓ ଭୁବନେଶ୍ୱର ରୁ ଆସିଥିବା ରାଜା ବାବୁ, କାନ୍ହା ବାବୁ ଙ୍କୁ ପିଲା ମାନଙ୍କ ଦ୍ୱାରା ଉତ୍ତୟ ଦେଇ ସମ୍ମାନିତ କରାଯାଇଥିଲା । ଅତିଥି ମାନଙ୍କ ଦ୍ୱରା ପିଲା ମାନଂକୁ ସମାଜର ଉନ୍ନତି, ପିଲାମାନେ କେମିତ ମିଳିମିଶି ଚଲିବେ ବୋଲି ପ୍ରେରଣା ଦେଇଥିଲେ ।
ପିଲା ମାନକୁ ଭଲ ବାଟରେ ଯାଅ ଭଲ ବୁଦ୍ଧି, ଜ୍ଞାନର ପ୍ରକାଶ ନିମନ୍ତେ ହିତ ଉପଦେଶ ଦେଇଥିଲେ । ଏ ସ୍ଟୁଡ଼ିଓ ରୁ ବହୁତ ପିଲା କାମ ଶିଖି ନିଜ ନିଜ ପରିବାର ପୋସୁଛନ୍ତି, ଏହି ସ୍ଟୁଡ଼ିଓ ରେ ଏବେ ଭଲ ଭଲ ଫଟୋ ଗ୍ରାଫର ଓ ଭିଡିଓ ଗ୍ରାଫର ଅଛନ୍ତି, ଏହି ସ୍ଟୁଡ଼ିଓ ପିଲା ଏବେ ସଚିନ, କପିଲା, ଆଲକ, ସୁମନ, ବିବୁନା, ଗୁଡ଼ୁ, ଜିତୁ, କାହ୍ନା, ରିଙ୍କୁ, ଟୂବୁଲୁ ବିଶ୍ୱଜିତ, ଜିତୁ,ସିଲୁ,ଚନ୍ଦନ,ସାର୍ଥକ, ରୁବୁ, କାଲୁ ଓ ଶେଷରେ ସାମ୍ବାଦିକ ପ୍ରଭାତ କୁମାର ପରିଡା ଙ୍କ ଦ୍ୱରା ସ୍ଟୁଡ଼ିଓ ର ମାଲିକ ରଂଜିତ କୁମାର ( ବାବୁ )ଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ ।,ଅତିଥି ମାନେ ସ୍ଟୁଡ଼ିଓ ର ଉନ୍ନତି ଓ ପିଲା ମାନଙ୍କ ର ଉଜ୍ୱଳ ଭବିସ୍ୟତ ପାଇଁ ଠାକୁରଙ୍କ ପାଖରେ ପ୍ରାର୍ଥନା କରିଥିଲେ ।
ତିର୍ତୋଲ, ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।
