April 24, 2026

*ଓଡିଶା ସରକାରଙ୍କ ତରଫରୁ କୋରାପୁଟ୍ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରଘୁରାମ ମାଛ ଙ୍କୁ କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବରେ ଅବସ୍ଥାପିତ କହିଛନ୍ତି*

IMG-20260402-WA0010
Share

୦୧/୦୪/୨୦୨୬ (ଗୁପ୍ତେଶ୍ୱର ରଥ) କୋରାପୁଟ ଜିଲ୍ଲା ପ୍ରଶାସନ ଦ୍ୱାରା ପବିତ୍ର ଉତ୍କଳ ଦିବସ ବା ଓଡ଼ଶା ଦିବସ ୨୦୨୬ କୋରାପୁଟ ଜିଲ୍ଲାରେ ବେଶ୍ ଧୂମଧାମ ଓ ଉତ୍ସାହ ର ସହିତ ପାଳନ ହେଉଥିବା ବେଳେ , ଓଡ଼ିଶା ସରକାର ଙ୍କ ତରଫରୁ କୋରାପୁଟ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରଘୁରାମ ମାଛ ମହୋଦୟ ଙ୍କୁ କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବରେ ଅବସ୍ଥାପିତ କରିବାର ଘୋଷଣା ନିଶ୍ଚିତ ଭାବରେ କୋରାପୁଟ ବାସୀ ଙ୍କୁ ଅଧିକ ଖୁସି ଓ ଉତ୍ସାହ ଯୋଗାଇଛି।

ଏହି ଅବସର ରେ କୋରାପୁଟ ଜିଲ୍ଲା ବାସୀ ଙ୍କ ତରଫରୁ, ସର୍ଵୋପରି ଶାବର ପାଇକ ସାଂସ୍କୃତିକ କେନ୍ଦ୍ର (ପାଇକ ଆଖଡ଼ା) ଅନୁଷ୍ଠାନ ତରଫରୁ,ଶ୍ରୀ ବଟ ଗଣେଶ ମନ୍ଦିର ପରିଚାଳନା କମିଟି ତରଫରୁ, ରାମ ନବମୀ ଅୟୋଜନ କମିଟି ର ସମସ୍ତ ସଦସ୍ୟ ମାନଙ୍କ ତରଫରୁ,ଘରୋଇ ବସ ମାଲିକ ସଂଘ, କୋରାପୁଟ ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା, ଶୁଭକାମନା ଓ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।