*କୋରାପୁଟ୍ ଜିଲ୍ଲା କୋଟିଆ ଠାରେ ଓଡିଶା ଦିବସ ଜିଲ୍ଲା ପ୍ରଶାସନ ଦ୍ବାରା ପାଳିତ*
୦୧/୦୪/୨୦୨୬ (ଗୁପ୍ତେଶ୍ୱର ରଥ)କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆଠାରେ ଜିଲ୍ଲାସ୍ତରୀୟ ‘ଓଡିଶା ଦିବସ-୨୦୨୬’ ମହା ସମାରୋହ ପାଳନ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କୋରାପୁଟ ଏବଂ ପଟ୍ଟାଙ୍ଗୀର ମାନ୍ୟବର ବିଧାୟକଗଣ , ଜିଲ୍ଲାପରିଷଦ ସଭାପତି, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ), ମୁଖ୍ୟ ଉନ୍ନୟନ ଅଧିକାରୀ, ବ୍ଲକ ଅଧ୍ୟକ୍ଷା ଏବଂ ଜିଲ୍ଲାସ୍ତରୀୟ ଓ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀ ଗଣଙ୍କ ସମେତ ଅନ୍ୟାନ୍ୟ ଅତିଥିବୃନ୍ଦ ଯୋଗ ଦେଇଥିଲେ।
