April 24, 2026

ବାଇଁଗୋଳ ଗ୍ରାମରେ ଅଚ୍ୟୁତାନନ୍ଦ ମହାପୁରୁଷ ଙ୍କ ମହାନିତ୍ୟ ରାସଉତ୍ସବ..

IMG-20260401-WA0054
Share

ତିର୍ତ୍ତୋଲ ତା 1/4/2026 ସାମ୍ପ୍ରତିକ ସମାଜ କଳୁଷିତ ଓ କଳଙ୍କିତ ହେଉଥିବା ବେଳେ ସମସ୍ତଙ୍କ ମଧ୍ୟ୍ ରେ ଆଧ୍ୟାତ୍ମିକ ଭକ୍ତିଭାବ ଭରିଦେବାପାଇଁ, ଗତ ଏପ୍ରିଲ ଏକତାରିଖ ବୁଧବାର ସଂଧ୍ୟାରେ ତେନ୍ତୁଳିପଦା ବାଇଁଗୋଳ ଗ୍ରାମର ଉର୍ମିଳା କୁଅଁର ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ମହାନିତ୍ୟ ରାସଉତ୍ସବ ଅନୁଷ୍ଠିତ ହୋଇଯାଇଛି l ନେମାଳ ଜହ୍ନିମୂଳ ରାସମଣ୍ଡଳୀ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମୁଖ୍ୟପୁରୋଧା ସ୍ୱାମୀ ଆଦିତ୍ୟl ନନ୍ଦ ଆଚାର୍ଯ୍ୟ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଥିଲା l ଅଚ୍ୟୁତାନନ୍ଦ ଙ୍କ ସେବକ ମନୋଜ କୁମାର ନାୟକ ( ବେହେରା ) ନିମନ୍ତ୍ରିତ ସାଧୁ ସନ୍ଥ ମହାତ୍ମା ଓ ରାସମଣ୍ଡଳୀ ର ସଦସ୍ୟ ସଦସ୍ୟା ମାନଙ୍କୁ ସ୍ୱାଗତ କରିଥିବା ବେଳେ ଏଥିରେ ସ୍ୱତନ୍ତ୍ରଅତିଥି ଭାବେ, ସାରଳାରୋଡ଼ ସ୍ଥିତ ସାରଳା ଶ୍ରୀକ୍ଷେତ୍ର, ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ଅଶୋକ କୁମାର ଦାଶ, ଜ୍ୟୋତିର୍ବିଦ ପଣ୍ଡିତ ଶରତ କୁମାର ଦାଶ, ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ l ତେବେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ମାଗୁଣି ବେହେରା, ସୂର୍ଯ୍ୟମଣି କୁଅଁର, ବିଦ୍ୟୁତଲତା କୁଅଁର ଙ୍କ ସମେତ ସମସ୍ତ ଗ୍ରାମବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l ଏହି ମହାନିତ୍ୟ ରାସ ଉତ୍ସବ ରେ ମହାପୁରୁଷ ପଞ୍ଚସଖା ଙ୍କ ବିରଚିତ ମାଳିକା ର ତଥ୍ୟ ଓ ତତ୍ତ୍ୱ ଉପରେ, ମାଳିକା ବିଶାରଦ ମାନେ ସବିଶେଷ ଆଲୋଚନା କରି ଉପସ୍ଥିତ ଭାଗବତପ୍ରେମୀ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ lଜଗତ୍ସିଂହପୁରର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed