April 24, 2026

ଚାନ୍ଦପୁର ସରସ୍ବତୀ ଶିଶୁମନ୍ଦିରରେ ବିଦ୍ୟାରମ୍ଭ ଯଜ୍ଞ କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ

IMG-20260401-WA0046
Share

ଖୋର୍ଦ୍ଧା-( ପ୍ରିୟଙ୍କା ମହାପାତ୍ର)ନୟାଗଡ଼ ଜିଲ୍ଲା ଚାନ୍ଦପୁର ସରସ୍ବତୀ ଶିଶୁମନ୍ଦିରରେ ଆଜି ପବିତ୍ର ଉତ୍କଳ ଦିବସ ଏବଂ ବିଦ୍ୟାରମ୍ଭ ଯଜ୍ଞ ମହା ସମାରୋହରେ ପାଳିତ ହୋଇଯାଇଛି l ବିଦ୍ୟାଳୟ ପରିସରରେ ପ୍ରାତଃ ସମୟରେ ଉତ୍କଳ ଦିବସ ପାଳନ କରାଯାଇଥିଲା l ବାଣପୁର ସଂକୁଳର ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ବିଜୟ ପ୍ରସାଦ ନନ୍ଦ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ l ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସୁବାସ ସାମନ୍ତରାୟ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ l ବିଦ୍ୟାଳୟର ଆଚାର୍ଯ୍ୟା ସୁଶ୍ରୀ ପ୍ରଣତୀ ସାମନ୍ତରାୟ ବିଦ୍ୟାଳୟ ତରଫରୁ ଶିଶୁଙ୍କୁ ଅଭିଭାଷଣ ଦେଇଥିଲେ l ଉତ୍କଳ ଦିବସର ଇତିହାସ ବିଷୟରେ ଶ୍ରୀଯୁକ୍ତ ବିଜୟ ପ୍ରସାଦ ନନ୍ଦ ଶିଶୁମାନଙ୍କୁ ଆଲୋକପାତ କରାଇଥିଲେ ଏବଂ ଏହାର ମୁଖ୍ୟ ପୁରୋଧା ସ୍ୱର୍ଗତ ମଧୁସୂଦନ ଦାସଙ୍କୁ ଭୁୟସୀ ପ୍ରଶଂସା କରିଥିଲେ lଏହାପରେ ବିଦ୍ୟାରମ୍ଭ ଯଜ୍ଞ ଆରମ୍ଭ କରାଯାଇଥିଲା l ବିଦ୍ୟାଳୟର ଛାତ୍ରଛାତ୍ରୀ, ଆଚାର୍ଯ୍ୟ ଆଚାର୍ଯ୍ୟା,ବାହାନ ଚାଳକ ଭାଇ ଏବଂ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ସାହୁ,ସମ୍ପାଦକ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ଦାଶ,ସହ ସମ୍ପାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ନାୟକ, ସଭ୍ୟ ଶ୍ରୀଯୁକ୍ତ ପଦ୍ମ ଚରଣ ସେଠୀ, ସଭ୍ୟା ଶ୍ରୀମତୀ ସ୍ୱପ୍ନାରାଣୀ ମହାପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ବାହାନ ଭାଇମାନଙ୍କ ତରଫରୁ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଶିଶୁମାନଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l ଏହି ଦୁଇଟି ଯାକ କାର୍ଯ୍ୟକ୍ରମ ସଫଳ ହେବାରେ ତାଙ୍କର ପୂର୍ଣ୍ଣ ସହଯୋଗ ରହିଥିଲା l

You may have missed