ଦୀର୍ଘ 41ବର୍ଷ ଧରି ମଞ୍ଚେଶ୍ୱୋର ରେଳ ଡ଼ବା ମରାମତି କାରଖାନା ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ କାର୍ପେଣ୍ଟର ଶ୍ରୀଯୁକ୍ତ କାହୁଁ ଚରଣ ଓଝା ଆଜିଅବସର ନେବାର ଦେଖିବାକୁ ମିଳିଛି

ଖୋର୍ଦ୍ଧା-( ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ମଞ୍ଚେଶ୍ୱୋରେ ରେଳ ଡ଼ବା ମରାମତି କାରଖାନା ବିଭାଗରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । ଦୀର୍ଘ 41ବର୍ଷ ଧରି ମଞ୍ଚେଶ୍ୱୋର ରେଳ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ କାର୍ପେଣ୍ଟର ଶ୍ରୀଯୁକ୍ତ ଓଝା ଆଜିଅବସର ନେବାର ଦେଖିବାକୁ ମିଳି ଥିଲା । ଶ୍ରୀଯୁକ୍ତ ଓଝା ତାଙ୍କ ଚାକିରି କାଳରେ ନିଜ କର୍ମକୁ ହିଁ ସର୍ବଶ୍ରେଷ୍ଠ ବୋଲି ମାନିନେଇଥିଲେ । ଓ କର୍ମହି ଭଗବାନ ବୋଲି ସମସ୍ତଙ୍କୁ କହି ଆସୁଥିଲେ । ସେଜଣେ ପର ଉପକାରୀ ମଣିଷ ରୂପରେ ନିଜକୁ ସେହି ଅଞ୍ଚଳରେ ଗଢି ତୋଳି ଥିଲେ । ଆଜି ଏହି ଅବସର କାଳୀନ ସଭାରେ ଭୁବନେଶ୍ୱର ମଞ୍ଚେସ୍ୱୋର ରେଳ କାରଖାନାର କାର୍ପେଣ୍ଟର ବିଭାଗର ସମସ୍ତ କର୍ମକର୍ତ୍ତା ଯଥା କାରଖାନା ର ମୁଖ୍ୟ ପ୍ରବନ୍ଧକ ଏହି ସଭାରେ ଯୋଗ ଦେଇ ଥିଲେ ।ଶ୍ରୀଯୁକ୍ତ ଓଝା ଙ୍କୁ ଖୁସିର ସହିତ ନିଜ ଘର ପର୍ଯ୍ୟନ୍ତ ଏକ ବିଶାଳ ପଦ ଯାତ୍ରା କରି ତାଙ୍କୁ ସହ ସମ୍ମାନ ସହିତ ଘର ପର୍ଯ୍ୟନ୍ତ ଆଣିଥିଲେ ।
