June 15, 2026

ଠେବରା ରାମଲୀଳା ଚତୁର୍ଥ ଦିବସ ସୃପାନେଖାର ନାଶl କର୍ଣ୍ଣ ଛେଦନ ଆଜି ସୀତାଚୋରି 

IMG-20260401-WA0014
Share

ସମ୍ବଲପୁର,ତ୦୧. ୦୪:

ଠେମେରା ରାମଲୀଲା ର ଚତୁର୍ଥ ଦିବସରେ ସୃପାନେଖାର ନାଶା କର୍ଣ୍ଣ ଛେଦନ ହୋଇ ଆଜି ସୀତାଚୋରି ଦୃଶ୍ୟ ଜନ ମାନସରେ ବେଶ ଆଦୃତ ହୋଇଛି।

 

ଏହି ଅବସରରେ ସଂଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଯୁବ ଶିଳ୍ପୀ ସୁଶ୍ରୀ ଚେତନା ମୟୀ ବେହେରାକୁ କୋକିଳ ନିର୍ଝରିଣୀ ସମ୍ମାନ ରେ ମହାରାଜ ଙ୍କ ଆଦେଶ କ୍ରମେ ଗ୍ରାମର ଧର୍ମପ୍ରାଣ ମହିଳା ଶ୍ରୀମତୀ ସୁରେଖା ମହାରଣା ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରି ଥିଲେ।ରାବଣ ଦରବାର ରେ ବରପାଲି ରାମଲୀଳା ପରିଚାଳକ ଓ ନିର୍ଦେଶକ ଉପେନ୍ଦ୍ର ପୃଷ୍ଟି ଓ କୃପାସାଗର ପୃଷ୍ଟି ସମେତ ୧୫ ଜଣ କଳାକାରଙ୍କୁ ଫୁଲମାଳ ଓ ଉପଢୌକନ ଦେଇ ମହାରାଜ ଭୂମିକାରେ ଅଭିନୟ କରୁଥିବା ଶ୍ରୀ ବଳରାମ ମlହାନା ସମ୍ମାନୀତ କରିଥିଲେ।

ଶ୍ରୀରାମ ଭୂମିକାରେ ପ୍ରମୋଦ କୁମାର ତ୍ରିପାଠୀ, ମାତା ସୀତା ଭୂମିକାରେ ଶ୍ରୀମତୀ ସୁଜାତା ତ୍ରିପାଠୀ ଓ ଲକ୍ଷ୍ମଣ ଭୁମିକାରେ ଦୟାନିଧି ପ୍ରଧାନ ଙ୍କ ଅଭିନୟ ଦର୍ଶକଙ୍କୁ ମୋହିତ କରିଥିଲା।

ଏହାକୁ କୃଷ୍ଣ ଚନ୍ଦ୍ର ବଢ଼େଇ ଓ ଅରୁଣ ସାହୁ ପରିଚାଳନା କରିଥିବା ବେଳେ ଅଧ୍ୟାପକ ତୁଷାର ବାରିକ ସଭାପତିତ୍ୱ କରିଥିଲେ।

 

ଏ ରାମଲୀଳା କାର୍ଯ୍ୟକ୍ରମ କ୍ରମର ସଂଗୀତ ନିର୍ଦେଶନା ପର୍ଶୁରାମ ସାହୁ ଦେଇଥିବା ବାଦ୍ୟ ଯନ୍ତ୍ରରେ ରବୀନ୍ଦ୍ରବୁଡ଼େକ,ନରେଶଦଣ୍ଡସେନା ଓ ଗୋବିନ୍ଦ ମହାନା ସହଯୋଗ କରିଥିଲେ l

You may have missed