October 28, 2026

ପୁରୀ ରୋଟାରୀକ୍ଲବ ପକ୍ଷରୁ ରକ୍ତଦାନ ଶିବିର

IMG-20260329-WA0076
Share

ପୁରୀ ରୋଟାରୀକ୍ଲବ ପକ୍ଷରୁ ରକ୍ତଦାନ ଶିବିର : ୧୯୬୯ ମସିହାରେ ପ୍ରତିଷ୍ଠିତ ପୁରୀ ରୋଟାରୀକ୍ଲବ ଓ ପୁରୀ ଇନରହ୍ବିଲ୍ କ୍ଲବ ପକ୍ଷରୁ ରବିବାର ପୂର୍ବାହ୍ନ ରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରୋଟାରୀ ଭବନ ପରିସରରେ ଆୟୋଜିତ ହୋଇଯାଇଛି। ରୋଟାରୀକ୍ଲବ ର ସଭାପତି ରତିକାନ୍ତ ନାୟକ ଓ ସଂପାଦକ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ଇନରହ୍ବିଲ୍ କ୍ଲବ ର ସଭାନେତ୍ରୀ ବବି ପ୍ରତିହାରୀ ଙ୍କ ନେତୃତ୍ବରେ ଆୟୋଜିତ ହୋଇଥିବା ଶିବିରକୁ ରୋଟାରୀକ୍ଲବ ର ପ୍ରାକ୍ତନ ସଭାପତି ବିଜୟ କୁମାର ପତି, ଦେବୀପ୍ରସନ୍ନ ନନ୍ଦ, ଶୁଭ୍ରାଂଶୁ ଶେଖର ମହାପାତ୍ର, ସାମ୍ବାଦିକ ନାରାୟଣ ଦାଶ, ଅଜୟ କୁମାର ସାହା, ବଦ୍ରୀ ନାରାୟଣ ପାତ୍ର, ସନ୍ତୋଷ କୁମାର ଲେଙ୍କା ଓ କୃଷ୍ଣଚନ୍ଦ୍ର ପାତ୍ର, ପ୍ରାକ୍ତନ ସଂପାଦକ ଶୈଳେଶ କୁମାର ବେହେରା, ରୋଟାରିଆନ୍ ବେଣୀମାଧବ ଷଡଙ୍ଗୀ ଏବଂ ଇନରହ୍ବିଲ୍ କ୍ଲବ ର ପ୍ରାକ୍ତନ ସଭାନେତ୍ରୀ ଆଶୁ ସାହା ପ୍ରମୁଖ ସହଯୋଗ ପ୍ରଦାନ ପୂର୍ବକ ପରିଚାଳନା କରିଥିଲେ। ଶିବିରରେ ପୁରୀଜିଲ୍ଲା ରେଡ଼କ୍ରସ ଆଚାର୍ଯ୍ୟ ହରିହର ରକ୍ତଭଣ୍ଡାରର ଅଭିଜ୍ଞ ଷ୍ଟାଫ ଗଣ ପଚାଶ ୟୁନିଟ ରୁ ଅଧିକ ରକ୍ତ ସଂଗ୍ରହ କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed