April 26, 2026

ପୁରୀ ରୋଟାରୀକ୍ଲବ ପକ୍ଷରୁ ରକ୍ତଦାନ ଶିବିର

IMG-20260329-WA0076
Share

ପୁରୀ ରୋଟାରୀକ୍ଲବ ପକ୍ଷରୁ ରକ୍ତଦାନ ଶିବିର : ୧୯୬୯ ମସିହାରେ ପ୍ରତିଷ୍ଠିତ ପୁରୀ ରୋଟାରୀକ୍ଲବ ଓ ପୁରୀ ଇନରହ୍ବିଲ୍ କ୍ଲବ ପକ୍ଷରୁ ରବିବାର ପୂର୍ବାହ୍ନ ରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରୋଟାରୀ ଭବନ ପରିସରରେ ଆୟୋଜିତ ହୋଇଯାଇଛି। ରୋଟାରୀକ୍ଲବ ର ସଭାପତି ରତିକାନ୍ତ ନାୟକ ଓ ସଂପାଦକ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ଇନରହ୍ବିଲ୍ କ୍ଲବ ର ସଭାନେତ୍ରୀ ବବି ପ୍ରତିହାରୀ ଙ୍କ ନେତୃତ୍ବରେ ଆୟୋଜିତ ହୋଇଥିବା ଶିବିରକୁ ରୋଟାରୀକ୍ଲବ ର ପ୍ରାକ୍ତନ ସଭାପତି ବିଜୟ କୁମାର ପତି, ଦେବୀପ୍ରସନ୍ନ ନନ୍ଦ, ଶୁଭ୍ରାଂଶୁ ଶେଖର ମହାପାତ୍ର, ସାମ୍ବାଦିକ ନାରାୟଣ ଦାଶ, ଅଜୟ କୁମାର ସାହା, ବଦ୍ରୀ ନାରାୟଣ ପାତ୍ର, ସନ୍ତୋଷ କୁମାର ଲେଙ୍କା ଓ କୃଷ୍ଣଚନ୍ଦ୍ର ପାତ୍ର, ପ୍ରାକ୍ତନ ସଂପାଦକ ଶୈଳେଶ କୁମାର ବେହେରା, ରୋଟାରିଆନ୍ ବେଣୀମାଧବ ଷଡଙ୍ଗୀ ଏବଂ ଇନରହ୍ବିଲ୍ କ୍ଲବ ର ପ୍ରାକ୍ତନ ସଭାନେତ୍ରୀ ଆଶୁ ସାହା ପ୍ରମୁଖ ସହଯୋଗ ପ୍ରଦାନ ପୂର୍ବକ ପରିଚାଳନା କରିଥିଲେ। ଶିବିରରେ ପୁରୀଜିଲ୍ଲା ରେଡ଼କ୍ରସ ଆଚାର୍ଯ୍ୟ ହରିହର ରକ୍ତଭଣ୍ଡାରର ଅଭିଜ୍ଞ ଷ୍ଟାଫ ଗଣ ପଚାଶ ୟୁନିଟ ରୁ ଅଧିକ ରକ୍ତ ସଂଗ୍ରହ କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ