ସାରଳା ପୀଠରେ ସାରଳାପାଞ୍ଜି ର ସମର୍ପଣ
ତିର୍ତ୍ତୋଲ ତା 29/3/2026 ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ଆଶୀର୍ବାଦ କୁ ପାଥେୟକରି, ଦୀର୍ଘ ଏଗାରବର୍ଷ ଧରି ଭୁବନେଶ୍ୱର ସ୍ଥିତ ସାରଳାଦାସ ସ୍ମୃତିସାଂସଦ ଆନୁକୂଲ୍ୟରେ ପ୍ରକାଶ ପାଇ ଆସୁଥିବା ସାରଳାପାଞ୍ଜି, ଗତ ରବିବାର ଦିନ ପୂର୍ବାହ୍ନ ରେ ମାଆ ସାରଳା ଙ୍କ ପାଦପଦ୍ମ ତଳେ ସମର୍ପିତ ହୋଇଯାଇଛି l ମାଆଙ୍କ ମୁଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା, ସିଂହାସନ ଉପରେ ଚଳିତବର୍ଷ ର ନୂତନ ପାଞ୍ଜିକୁ ପୂଜାକରି ମାଆଙ୍କୁ ସମର୍ପଣ କରିଥିଲେ l ପରେ ପରେ ସିଂହଦ୍ୱାର ସମ୍ମୁଖରେ ସାରଳାଦାସ ସ୍ମୃତିସଂସଦ ର ସଭାପତି ତଥା ପ୍ରାକ୍ତନ ଉନ୍ନୟନ କମିଶନର ରବିନାରାୟଣ ସେନାପତି, ମୁଖ୍ୟଉପଦେଷ୍ଟା ରାମନାରାୟଣ ମିଶ୍ର, ଉପସଭାପତି ବିକାଶଚନ୍ଦ୍ର ପରିଜା, ସମ୍ପାଦକ ଜ୍ୟୋତିର୍ବିଦ ବାରିଷ ପ୍ରଦୀପ୍ତ କୁମାର ବିଶ୍ୱାଳ, କୋଷାଧ୍ୟକ୍ଷ ସମୀର ରଞ୍ଜନ ଗୋଛାୟତ, ସହଯୋଗୀ ଗଣନାକାର ଜ୍ୟୋତିଷ୍ୟାଚାର୍ଯ୍ୟ ସଞ୍ଜୟ କୁମାର ମହାରଣା ଙ୍କ ସମେତ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ମହୋତ୍ସବ, ରାହାମାର ମୁଖ୍ୟସଂଯୋଜକ ଓ ସମ୍ପାଦକ ଡଃ ସୁନାକର ବେହେରା, ସାରଳାସଂସ୍କୃତି ଗବେଷକ ରମାକାନ୍ତ ରାଉଳ, ସାମ୍ବାଦିକ ଶ୍ରୀକାନ୍ତ ଦାଶ, ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ ( ବୁଲୁନନା ) ମାଆଙ୍କ ପୂର୍ବତନ ପରିଚ୍ଛl ରଘୁନାଥ ପଣ୍ଡା, ବରିଷ୍ଠସେବାୟତ ଲକ୍ଷ୍ମୀଧର ମହାପାତ୍ର, ବିଦ୍ୟୁତପ୍ରଭା ପରିଜା, ବାଣୀଶ୍ରୀ ଗଡ଼ନାୟକ,ଆଦିକବି ସାରଳାଦାସ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ କ୍ୟାପଟେନ ଜ୍ଞାନଜ କୁମାର ସାମନ୍ତରାୟ, ସୁଖେନ୍ଦୁ କୁମାର ଦାଶ, ବିପିନ କୁମାର ବରାଳ, ବିଶ୍ୱଭାତୃତ୍ୱ ରାଷ୍ଟ୍ରଦୂତ ସତ୍ୟଗୋପାଳ ପରିଜା, ଭାଗିରଥି ମହାନ୍ତି, କବି ପ୍ରଭାତ ପରିଜା ଓ ସ୍ୱୟଂପ୍ରସାଦ ପରିଜା ପ୍ରମୁଖ ଏହି ପାଞ୍ଜି ସମର୍ପଣ ଉତ୍ସବରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ଯୋଗଦେଇ, ସାରଳାପାଞ୍ଜିର ଉପାଦେୟତା ଓ ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ l ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ କାବ୍ୟକଳା ର ଆରାଧ୍ୟା ଦେବୀ ମା ସାରଳା ଙ୍କ ନାମରେ ଏହି ସାରଳାପାଞ୍ଜି ପ୍ରକାଶ ପାଉଥିବାରୁ, ସାଧାରଣରେ ଏହାର ଚାହିଦା ବୃଦ୍ଧିପାଉଥିବାର ଦେଖାଯାଉଛି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
