March 10, 2026

ମିଳିତ ଅମଲା ମଞ୍ଚର କାର୍ଯ୍ୟ ବନ୍ଦ ଚେତାବନୀ l

IMG-20230525-WA0001
Share

ମିଳିତ ଅମଲା ମଞ୍ଚର କାର୍ଯ୍ୟ ବନ୍ଦ ଚେତାବନୀ l

କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ତା 24/5 କୋରାପୁଟ ଜିଲ୍ଲା ମିଳିତ ଅମଲା ମଞ୍ଚର ନିଷ୍ପତ୍ତି କ୍ରମେ କୁନ୍ଦୁରା ବ୍ଲକ ସ୍ତରର ବିଭିନ୍ନ ବିଭାଗର କାର୍ଯ୍ୟରତ ଅମଲା ମାନେ କଳା ବ୍ୟାଜ୍ ପରିଧାନ କରୁଛନ୍ତି l ରାଜ୍ଯ ସରକାର ଦିର୍ଘ ବର୍ଷ ଧରି ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ବେତନରେ ଥିବା ଅସଙ୍ଗତି କୁ ଦୂର କରିବା ପାଇଁ ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ କରି ଅମଲା ମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି l ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପତ୍ର ସଂଖ୍ୟା 27367. 29 ନଭେମ୍ବର 2017 ବିଜ୍ଞପ୍ତି ଅନୁଶାରେ ଅମଲା ମାନଙ୍କ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ ବଦଳରେ ସ୍ନାତକ ସହିତ କମ୍ପୁଟର ଜ୍ଞାନ ରହିବା ଜରୁରୀ ଦର୍ଶାଇ ଥିଲେ l ଚାକିରିରେ ଯୋଗଦେବା ସମୟରେ କନିଷ୍ଠ ସହାୟକଙ୍କ ମୂଳ ଦରମା 9300, ଗ୍ରେଡ୍ ପେ 4200, ଏବଂ ପେ ମ୍ୟାଟ୍ରିକ 9 ଅନୁଯାୟୀ ଦରମା ଧାର୍ଯ୍ଯ କରାଯିବା କଥା କିନ୍ତୁ 2017 ଠାରୁ ଏ ଯାଏ ସରକାର ତାହା ପୂରଣ କରିବାରେ ବିଫଳ ହୋଇଛନ୍ତି l ବିଭିନ୍ନ ସମୟରେ ସରକାରଙ୍କ ସହିତ ରାଜ୍ଯ ଅମଲା ସଂଘର ଆଲୋଚନା ହୋଇଥିଲେ ମଧ୍ୟ ବିଫଳ ହୋଇଛି l ତେଣୁ ମିଳିତ ଅମଲା ମଞ୍ଚ, ଜିଲ୍ଲା ମିଳିତ ଅମଲା ମଞ୍ଚର ନିଷ୍ପତ୍ତି କ୍ରମେ ଗତ 22 ତାରିଖରୁ କଳା ବ୍ୟାଜ୍ ପରିଧାନ କରିବା ସହିତ ଜୁନ 1 ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ହୋଇଥିବା ନିଷ୍ପତ୍ତି ଅନୁସାରେ ଗତ 22 ତାରିଖରୁ କୁନ୍ଦୁରା ବ୍ଲକ ଅମଲା ମଞ୍ଚ କଳାବ୍ୟାଜ୍ ପରିଧାନ କରିଛନ୍ତି l ଓ ଆସନ୍ତା ଜୁନ୍ 1 ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ଓ ସମୁହ ଛୁଟିରେ ଯିବେ ସମସ୍ତ ବିଭାଗର ଅମଲା ବୋଲି ସୂଚନା ଦେଇଛନ୍ତି ସିନିୟର ବରିଷ୍ଠ ରାଜସ୍ୱ ସହାୟକ ପିଣ୍ଟୁ ସାହୁ, ଅନ୍ୟ ମାନଙ୍କ ମଧ୍ୟରେ କନିଷ୍ଠ ସହାୟକ ବିବେକ ପାଇକରାୟ, ଉପ ବିଭାଗ ଅଧିକାରୀ ଗଜେନ୍ଦ୍ର ଚୌଧୁରୀ, ଉପ ବିଭାଗ ଅଧିକାରୀ ନୃସିଂହ ନନ୍ଦ ମହାପାତ୍ର, ଓ ବରିଷ୍ଠ ରାଜସ୍ୱ ସହାୟକ ଉମାକାନ୍ତ ପେଣ୍ଠିଆ, ପ୍ରମୁଖ ନେତୃତ୍ଵ ନେଇଛନ୍ତି l

କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ୍ କୁମାର ପଟ୍ଟନାୟଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ ଓଡ଼ିଶା l