April 26, 2026

ଠେମେରା ରେ ରାମଲୀଳା ଉଦଘାଟିତ ରାମଲୀଳା କେବଳ ଏକ ନାଟକ ନୁହେଁ, ଏହା ଓଡ଼ିଶାର ସାଂସ୍କୃତିକ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ

IMG-20260328-WA0040
Share

ସମ୍ବଲପୁର, ୨୮.୦୩():ଆଜି ଠେମେରା ଗାଁ ଜଗନ୍ନାଥ ମନ୍ଦିର ମଞ୍ଚରେ ରାମଲୀଳା ମହୋତ୍ସବ ଉଦଘାଟିତ ହୋଇଯାଇଛି।

ରାମଲୀଳା ହେଉଛି ଭଗବାନ ଶ୍ରୀରାମଙ୍କ ଜୀବନୀ ଉପରେ ଆଧାରିତ ଏକ ପାରମ୍ପରିକ ଓଡ଼ିଆ ଲୋକନାଟକ।ଏହା ସୀତା ବିବାହ, ବନବାସ, ରାବଣ ବଧ, ଓ ସୀତା ବର୍ଜନ ଭଳି ରାମାୟଣର ପୌରାଣିକ ଦୃଶ୍ୟ ପ୍ରଦର୍ଶନ କରେ ।
ଓଡ଼ିଶାରେ ରାମଲୀଳାର ପ୍ରମୁଖ ବୈଶିଷ୍ଟ୍ୟ ରହିଥିବାରୁ କାଳକ୍ରମେ ଏହା ଲୋକାଭିମୁଖୀ ହେବାର ଏକ ସମୟ ଆସିଛି।ଏହି ନାଟକ ଦର୍ଶକଙ୍କ ମନରେ ଆଧ୍ୟାତ୍ମିକ ଚେତନା ଭରିଥାଏ।ରାମଲୀଳା କେବଳ ଏକ ନାଟକ ନୁହେଁ, ଏହା ଓଡ଼ିଶାର ସାଂସ୍କୃତିକ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଉଦଘାଟନୀ ସଭାରେ ଯୋଗଦେଇଥିବା ଅତିଥିମାନେ କହିଥିଲେ।

ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ମହାପାତ୍ର, ମୁଖ୍ୟବକ୍ତା ଭାବେ ସମାଜସେବୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ ଓ ସମ୍ମାନିତ ଅତିଥି ଭାବେ ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦ ର ସମ୍ପାଦକ ମାନଭଞ୍ଜନ ନାୟକ, ଗାଁ ଗଅତିଆ ରାମଚନ୍ଦ୍ର ମିଶ୍ର ଗୀତିକାର ଜଗଦୀଶ ତ୍ରିପାଠୀ, କିରଟି ମିଶ୍ର ସମ୍ବଲପୁରୀ ରାମଲୀଳାର ରାମଚନ୍ଦ୍ର ଅଧ୍ୟାପକ ତୁଷାର ରଞ୍ଜନ ବାରିକ, ରାବଣ ଭୂମିକାର ଅଭିନେତା ଗୋପାଳ ଚନ୍ଦ୍ର ପଣ୍ଡା ଯୋଗଦେଇଥିଲେ।ଏଥିରେ ରାମଲୀଳା କମିଟିର ସଭାପତି ବଳରାମ ମାହାଣା ଅଧ୍ୟକ୍ଷତା କରିଥିବା ବେଳେ ଅରୁଣ କୁମାର ସାହୁ ଓ କୃଷ୍ଣ ଚନ୍ଦ୍ର ବଢ଼ାଇ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।ପ୍ରାରମ୍ଭରେ ଶ୍ରୀରାମ ମନ୍ଦିର ରେ ଅତିଥିମାନେ ପ୍ରଦୀପ ଉଜ୍ଜଳନ ଏହାକୁ ଉଦଘାଟନ କରିଥିଲେ।ଏହି ଅବସରରେ ସମ୍ବଲପୁରୀ ରାମଲୀଳା ଶ୍ରୀରାମ ଓ ରାବଣ ଭୂମିକାରେ ଅଭିନୟ କରିଥିବା ତୁଷାର ରଞ୍ଜନ ବାରିକ ଓ ଗୋପାଳ ଚନ୍ଦ୍ର ପଣ୍ଡା ଙ୍କୁ ମୁଖ୍ୟଅତିଥି ହେମନ୍ତ କୁମାର ମହାପାତ୍ର ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଦିତ କରିଥିଲେ।

ଏହି କାର୍ଯ୍ୟକ୍ରମ ଆସନ୍ତା ୭ ଦିନ ଧରି ଚାଲିବ। ପ୍ରମୋଦ ତ୍ରିପାଠୀ ଏହାକୁ ପରିକଳ୍ପନା କରିଥିବା ବେଳେ ତୁଷାର ରଞ୍ଜନ ବାରିକ ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି।