April 26, 2026

ଘରକୁ ଘର ବୁଲି ଅଭିଭାବକଙ୍କୁ ନିମନ୍ତ୍ରଣ

IMG-20260328-WA0027
Share


ବୁଗୁଡା : ତା ୨୮/୦୩/୨୬ : ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ଯରେ ରାଜ୍ୟ ସରକାର ନୂତନ ଶିକ୍ଷାନୀତି ଗତ ଶିକ୍ଷାବର୍ଷରୁ ଶିଶୁ ବାଟିକା ଆରମ୍ଭ କରିଛନ୍ତି। ଶିଶୁ ବାଟିକାରେ କୁନିକୁନି ପିଲାମାନେ ସରକାରୀ ବିଦ୍ୟାଳୟରେ ନାମ ଲେଖାଇବାକୁ ସ୍ବତନ୍ତ୍ର ନିମନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି। ଏ ପରିପ୍ରେକ୍ଷୀରେ ଶିଶୁ ବାଟିକାରେ ନାମ ଲେଖାଇବାକୁ ବୁଗୁଡା ଏନ୍ଏସି ଅନ୍ତର୍ଗତ ବିଭିନ୍ନ ସାହିର ଘରକୁ ଘର ଯାଇ ଶିଶୁ ବାଟିକାରେ ନାମୂଊ ଲେଖାଇବାକୁ ନିମନ୍ତ୍ରଣ ପତ୍ର ପରିବାରବର୍ଗଙ୍କୁ ପ୍ରଦାନ କରାଯାଇଛି। ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ ଚିନ୍ମୟ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ନିମନ୍ତ୍ରଣ ପତ୍ର ପ୍ରଦାନ ପୂର୍ବକ ଶିଶୁଙ୍କ ପରିବାର ସହ ଆଲୋଚନା କରିଛନ୍ତି। ଆସନ୍ତା ଏପ୍ରିଲ ୨ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ସମସ୍ତ ସରକାରୀ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥି ସହ “ଆସ ସ୍କୁଲ ଯିବା” ଅଭିଯାନ କ୍ରମେ ବିଦ୍ୟାଳୟ ବାହାରେ ଥିବା ୫ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ଶିକ୍ଷା ବ୍ଯବସ୍ଥାରେ ସାମିଲ୍ କରିବା ପ୍ରୟାସ ଜାରି ରହିଛି। ଏହି ନିମନ୍ତ୍ରଣ ପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁତିକୃଷ୍ଣ ପାତ୍ର, ତହସିଲଦାର ତାପସ ରାଉତ, ସିଆରସିସି କିରଣ ବାଳା ତ୍ରିପାଠୀ ଓ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ମହାରଣାଙ୍କ ଅନ୍ଯ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସାମିଲ ରହିଥିଲେ।