April 27, 2026

ଶ୍ରୀରାମ ନବମୀ ଉତ୍ସବ ପାଳିତ 

IMG-20260327-WA0044
Share

ବୁଗୁଡ଼ା : ତା ୨୭/୦୩/୨୬ : ସ୍ଥାନୀୟ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିର ପରିସରସ୍ଥ ରଘୁନାଥ ଠାକୁରଙ୍କ ନବମୀ ଉତ୍ସବ ଯଥା ରୀତିନୀତି ପ୍ରକାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବ ପାଳନ ଅବସରରେ ପ୍ରାତଃ କାଳରେ ଅବକାଶ, ମଙ୍ଗଳ ଆଳତୀ,ବାଳଭୋଗ ଆଦି ନୀତି ପୂଜକ ଉମାକାନ୍ତ ଦାଶ ଓ ବଳରାମ ପାଢୀଙ୍କ ଦ୍ବାରା ସମ୍ପାଦିତ ହୋଇଥ‌ିବା ବେଳେ ମଧ୍ୟାହ୍ନରେ ରାମ ଜନ୍ମ ବିଧି ପାଳନ ପୂର୍ବକ ପୁରୋହିତ ଚିତ୍ତ ରଞ୍ଜନ ମିଶ୍ର, ଚିନ୍ମୟ ଦାଶ, ପ୍ରଶାନ୍ତ ମିଶ୍ର ଓ ବୈଷ୍ଣବ ଚରଣ ଦାଶଙ୍କ ଦ୍ବାରା ହୋମଯଜ୍ଞାଦି କାର୍ଯ୍ୟ କରାଯାଇଥିବା ବେଳେ ହୋମକର୍ତ୍ତା ଭାବେ ମଠାଧୀଶ ଭକ୍ତରାମ ଦାସ ଦାୟିତ୍ୱ ନିର୍ବାହ କରିଥିଲେ । ଉକ୍ତ ଉତ୍ସବ ପାଳନ ଅବସରରେ ବହୁ ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଥିଲା । ସେହିପରି ବୁଗୁଡା ରଘୁନାଥ ସାହିସ୍ଥିତ ରଘୁନାଥ ମନ୍ଦିରରେ ଶ୍ରୀରାମ ନବମୀ ଉତ୍ସବ ପାଳନ ଅବସରରେ ପୂଜକ ଦେବେନ୍ଦ୍ର ପାଣିଙ୍କ ଦ୍ବାରା ରୀତିନୀତି ପ୍ରକାରେ ପୂଜାପାଠ ସମ୍ପାଦିତ ହୋଇଥିଲା ଏବଂ ପୁରୋହିତ ଦିଲ୍ଲୀପ କୁମାର ଦାଶଙ୍କ ଦ୍ବାରା ହୋମଯଜ୍ଞାଦି କାର୍ଯ୍ୟ କରାଯାଇଥିବା ବେଳେ ଲକ୍ଷ୍ମୀ ନାରାୟଣ ପାତ୍ର କର୍ତ୍ତା ଦାୟିତ୍ବ ନିର୍ବାହ କରିଥିଲେ। ଅନ୍ଯପକ୍ଷରେ ବୁଗୁଡ଼ା ଅଞ୍ଚଳର କଦମ୍ବମଠ ଓ ବାଲିପଦର ରଘୁନାଥ ମନ୍ଦିରରେ ଏହି ଉତ୍ସବ ପାରମ୍ପରିକ ରୀତିନୀତିରେ ପାଳନ କରାଯାଇଥିଲା ।