April 26, 2026

ଅଲଣା ଗ୍ରାମରେ ମା, ବାସନ୍ତୀ ଦୁର୍ଗା ପୂଜା ଓ ବିଶ୍ୱଶାନ୍ତି ମହାଯଂଜ୍ଞ ଅନୁଷ୍ଠିତ

IMG-20260327-WA0054
Share

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।

 

ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ର ଇବ୍ରିସିଂ ପଞ୍ଚାୟତର ଅଲଣା ଗ୍ରାମରେ ଶ୍ରୀ ଶ୍ରୀ ମା ବାସନ୍ତୀ ଦୁର୍ଗା ପୂଜା ଏବଂ ବିଶ୍ୱ ଶାନ୍ତି ମହାଯଂଜ୍ଞ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମହା ଆଡମ୍ବର ରେ ପାଳିତ ହେଉଅଛି । ଏହି ପୂଜାରେ କର୍ତ୍ତା ଭାବେ ରମେଶ ଚନ୍ଦ୍ର ରାଉତ ଓ କର୍ତ୍ତୀ ଥିଲେ ତାଙ୍କ ସହଧର୍ମିଣୀ କୁନି ରାଉତ । ଗ୍ରାମ ବାସି ଙ୍କ ମିଳିତ ସହଯୋଗରେ ପାଞ୍ଚ ଦିନର ପୂଜାରେ ପ୍ରଥମ ଦିନ ଷଷ୍ଠି ପୂଜା ରେ ବେଲ ବରଣୀ ପୂଜା, ସପ୍ତମୀ ଦିନ କଳସ ଶୋଭାଯାତ୍ରା, ଅଷ୍ଟମୀ ଦିନ ଶନ୍ଧି ପୂଜା ଓ ସନ୍ଧ୍ୟା ସମୟ ରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଆଜି ନବମୀ ପୂଜା ସହିତ ମା ମାନଙ୍କ ର ଶଙ୍ଖା ସିଦୁର ପୂଜା ଅନୁଷ୍ଠିତ ହୋଇଛି । ରାତ୍ରିରେ ବିଶେଷ ଆକର୍ଷଣ ଗ୍ରାମ ର ଛୋଟ ବଡ କଳାକାରମାନଙ୍କୁ କୁ ନେଇ ଆୟୋଜିତ ନାଟକ,”ପଚlରନା ମୁଁ କେମିତି ଅଛି ” ମଞ୍ଚସ୍ତ ହେବ । ମା ବାସନ୍ତୀ ଦୁର୍ଗାଙ୍କ ଅପରାଜିତା ପୂଜା, ଦଶମୀପୂଜା, ଦ୍ୱିତୀୟ ରାତ୍ରି ଡ୍ରାମାର ଏକ ପାରିବାରିକ ବିଷୟ ଵସ୍ତୁ କୁ ନେଇ ଯାତ୍ରl ସବୁ ପାପ ର ପ୍ରାୟଶ୍ଚିତ ନାହିଁ ହେବ ବୋଲି ଶୁଣିବାକୁ ମିଳୁଛି l ଏକାଦଶୀ ଦିନ ମା ଙ୍କ ମେଲାଣି ଶୋଭାଯାତ୍ରା ଅନୁଷ୍ଠିତ ହେବ । ମା ଙ୍କ ମେଲାଣି ଶୋଭାଯାତ୍ରା ର ଆକର୍ଷଣୀୟ ଉଚ୍ଚ ତାରକା ବାଣ ସୁସର୍ଜିତ ଆଲୋକ ମାଳା ଅତ୍ୟାଧୁନିକ ସlଉଣ୍ଡ ବାଜା ସହିତ ଶୋଭାଯାତ୍ରା ଅନୁଷ୍ଠିତ ହେବ ।ପରିଚାଳନା ଓ ସହଭାଗିତାରେ ସର୍ବଶ୍ରୀ ପ୍ରଦୀପ୍ତ କୁମାର ଦାସ, ଦେବଦତ୍ତ ଦାସ, ଅନାଦି ମଲିକ ସୁକାନ୍ତ ସେଠୀ,ନିତ୍ୟାନନ୍ଦ ଭୋଳ,ଗଗନ ବେହେରା ଓ ଲୋକନାଥ ବେହେରା ପ୍ରଭୁତିଙ୍କ ଉପସ୍ଥିତି କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରିପାରିଛି ।