ବାଇକ୍ ଦୁର୍ଘଟଣା ରେ 3 ଜଣ ଗୁରୁତର

ଲାଞ୍ଜିଗଡ଼ (ଉପାନ୍ତ ଖବର-୨୪-୦୩-୨୬)
ଆଜି ସନ୍ଧ୍ୟା ସମୟରେ ଲାଞ୍ଜିଗଡ଼ ନିକଟସ୍ଥ ମସ୍କପଦର୍ ଗ୍ରାମର ରଥ ମାଝୀ (୨୯) ଓ ଅନିଲ ମାଝୀ (୧୮) ମୋହନ ଗୁଡା ଛକ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ସମୟରେ ଏକ ବାଇକ ଆରୋହୀ ମୋହନ ଗୁଡା ଗ୍ରାମର ରଞ୍ଜନ ହରିଜନ ଦୃତ ଗତିରେ ଆସି ଉଭୟଙ୍କୁ ଧକା ଦେଇଥିଲେ। ଫଳରେ ଉଭୟ ଘଟଣା ସ୍ଥଳରେ ରାସ୍ତା କଡ଼କୁ ଘୋଷାଡି ହୋଇ ପଡ଼ି ଯାଇଥିଲେ। ତିନି ଜଣଙ୍କୁ ଜୋର୍ ରେ ଆଘାତ ହୋଇଥିବାରୁ ସ୍ଥାନୀୟ ଲାଞ୍ଜିଗଡ଼ ସରକାରୀ ଚିକିତ୍ସାଳୟ କୁ ନିଆଯାଇଥିଲା।
ରଥ ମାଝୀଙ୍କ ଗୋଡ଼ ଓ ମୁଣ୍ଡରେ ଆଘାତ ହୋଇଥିବାରୁ ଡାକ୍ତର ଭବାନୀ ଶଙ୍କର ଲେଙ୍କା ଭବାନୀ ପାଟଣା ଜିଲ୍ଲା ଚିକିତ୍ସାଳୟ କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରିଦେଇଥିଲେ। ଅନିଲ ମାଝୀ ଙ୍କ ର ମାଧ୍ୟ ସମାନ ସ୍ଥିତି ଦେଖି ତାଙ୍କୁ ପ୍ରାଥମିକ ଚିକିତ୍ସା ଦେବା ପରେ ତାଙ୍କୁ ମଧ୍ୟ ଭବାନୀ ପାଟଣା ଜିଲ୍ଲା ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି। ରଞ୍ଜନ ହରିଜନ ମୁଣ୍ଡରେ ଜୋର୍ ରେ ଆଘାତ ହୋଇ ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ଦେବା ପରେ ତାଙ୍କୁ ମଧ୍ୟ ଜିଲ୍ଲା ଚିକିତ୍ସାଳୟ କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଛି।
*ଲାଞ୍ଜିଗଡ଼ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିଉଜ ଉପାନ୍ତ ଖବର*
