April 26, 2026
IMG-20260324-WA0050
Share

ଖୋର୍ଦ୍ଧା: (ପ୍ରିୟଙ୍କା ମହାପାତ୍ର)ଚଳିତ ବର୍ଷ ଗ୍ରୀଷ୍ମ ମାସ ନ ହେଉଣୁ ଜଳ ସଙ୍କଟ ଆରମ୍ଭ ହେଲାଣି। ଜିଲ୍ଲା ପ୍ରଶାସନ ତରଫ ରୁ ରୌଦ୍ର୍ୟ ତାପ ମୁକାବିଲା ଲାଗି ବିଭିନ୍ନ ସ୍ତର ରେ ନିର୍ଦ୍ଦେଶ ନାମା ଜାରି କରାଯାଇଛି। ଏହି ରୌଦ୍ର ତାପ ରେ ଖୋର୍ଦ୍ଧା ସହର ରେ ଜିଲ୍ଲା ମୋଟର୍ସ ଚାଳକ ସଂଘ ପକ୍ଷ ରୁ ସମବାୟ ଛକ ଠାରେ ଏକ ଜଳ ଛତ୍ର ସେବା ଆରମ୍ଭ କରାଯାଇଛି। ଖୋର୍ଦ୍ଧା ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଉପାଧ୍ୟକ୍ଷ ଶୌର୍ଯ୍ୟ ରଂଜନ ମହାନ୍ତି, କାଉନସିଲର ଅଜିତ୍ ମହାପାତ୍ର ପ୍ରମୁଖ ଯୋଗ ଦେଇ ଏହି ସେବା କୁ ଉଦ୍ଘାଟନ କରିଥିଲେ। ରାସ୍ତା ରେ ଯାଉଥିବା ଯାତ୍ରୀ ମାନଙ୍କୁ ଦହି ପଣା ସହ ପାନୀୟ ଜଳ ବଣ୍ଟନ କରିଥିଲେ। ମୋଟର୍ସ ଚାଳକ ସଂଘ ର ସଭାପତି ପଙ୍କଜ ଲୋଚନ ବେହେରା,ସମ୍ପାଦକ ସୂର୍ଯ୍ୟ ନାରାୟଣ ସେନାପତି, କ୍ଷୀରୋଦ କୁମାର ସାହୁ, ହେମନ୍ତ କୁମାର ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଏହି ଶିବିର କୁ ପୌର ପରିଷଦ ପକ୍ଷ ରୁ ସହଯୋଗ ପ୍ରଦାନ କରାଯିବ ବୋଲି ପୌରାଧ୍ୟକ୍ଷା ପ୍ରତିଶ୍ରୁତି ଦେଇ ଥିଲେ।