April 26, 2026

ପଞ୍ଚାୟତ ସମିତି କାର୍ଯ୍ୟାଳୟ, ପଦ୍ମପୁର ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ..

IMG-20260324-WA0051
Share

 

 

ଆଜି ତା- ୨୪.୦୩.୨୦୨୬-(ସୁରେନ୍ଦ୍ର ମହାନ୍ତି )ରିଖରେ ଜିଲ୍ଲାପାଳ ରାୟଗଡ଼ଙ୍କ ନିର୍ଦ୍ଦେଶ କ୍ରମେ, ଜିଲ୍ଲା ପ୍ରଶାସନ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ରାୟଗଡ଼ା ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ପଞ୍ଚାୟତ ସମିତି କାର୍ଯ୍ୟାଳୟ, ପଦ୍ମପୁର ପରିସରରେ ଅନୁଷ୍ଠିତ ହୋଇଅଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପଦ୍ମପୁର , ଶ୍ରୀ କୁରେଶ ଚନ୍ଦ୍ର ଜାନିଙ୍କ ତତ୍ତ୍ଵାବଧାନରେ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼ ଶ୍ରୀମତୀ ଏଲିଜାବେଥ ଗରଡା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼, ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ରବି ନାରାୟଣ ଆଚାରୀ, ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ବ୍ଲକ ଖାଉଟି ବିଭାଗ ଅଧିକାରୀ ଶ୍ରୀ ଆମର ଶବର, ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୁଶ୍ରୀ ଅର୍ଚନା ପଣ୍ଡା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ସ୍ନିଗ୍ଧାମୟୀ ବାରିକ, କନିଷ୍ଠ ସହାୟକ ଶ୍ରୀ ପ୍ରଭାତ କୁମାର ଶବର, ପି. ଏ ଶ୍ରୀ ସୁଜିତ ଆନନ୍ଦ ତ୍ରିପାଠୀ ତଥା ସମସ୍ତ କର୍ମଚାରୀ ବୃନ୍ଦ ଓ ରାୟଗଡ଼ା ଭିନ୍ନକ୍ଷମ ମହାସଂଘର ସଭାପତି ଶ୍ରୀ ଶିଶିର ରାଉଳ, ରାୟଗଡ଼ା ଭିନ୍ନକ୍ଷମ ମହାସଂଘର ସମ୍ପାଦକ ଶ୍ରୀ ଅମରେନ୍ଦ୍ର ନାଥ, ପଦ୍ମପୁର ଭିନ୍ନକ୍ଷମ ମହାସଂଘର ସଭାପତି ଶ୍ରୀ ଭଗବାନ ସାହୁ ଶିବିରରେ ଉପସ୍ଥିତ ଥିଲେ । ଉକ୍ତ ଶିବିରରେ ସାମ୍ବାଦିକ ବନ୍ଧୁମାନେ ଉପସ୍ଥିତ ଥିଲେ ଓ ଚଲା ପାଣି ବଣ୍ଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୨୧୯ ଜଣ ଭିନ୍ନକ୍ଷମଙ୍କ ପଞ୍ଜୀକରଣ କରାଯିବା ସହ ୨ ଜଣ ଭିନ୍ନକ୍ଷମ ଶିଶୁଙ୍କୁ ସି. ପି. ଚୌକି , ୧ ଜଣଙ୍କୁ ଚକ ଲଗା ଚୌକି, ୨ ଜଣଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଗଲା। ଏତଦବ୍ୟତୀତ, ୩ ଜଣଙ୍କ ଡ଼ି.ଆର.ଆଇ. ଋଣ ଫର୍ମ, ୧୩ ଟି ବର୍ଦ୍ଧିତ ଭତ୍ତା, ୧୯ ଜଣଙ୍କ ମଧୁବାବୁ ଭତ୍ତା ଫର୍ମ ଓ ୪ ଜଣଙ୍କ ବସ ପାସ ଫର୍ମ ସଂଗ୍ରହ କରାଯାଇଅଛି, ଯାହା ଆଗାମୀ ଦିନରେ ଅନୁମୋଦନ କରାଯାଇ ପ୍ରଦାନ କରିବାର ବ୍ୟବସ୍ଥା କରାଯିବ । ଉକ୍ତ ଶିବିରରେ ୯୬ ଜଣ ଭିନ୍ନକ୍ଷମଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ, ଭେଷଜ ବିଶେଷଜ୍ଞ, ଅସ୍ଥିଶଲ୍ୟ ବିଶେଷଜ୍ଞ, ମାନସିକ ରୋଗ ବିଶେଷଜ୍ଞ, ନାସା କର୍ଣ୍ଣ ଗଳା ବିଶେଷଜ୍ଞ, ବରିଷ୍ଠ ଫାର୍ମାସିଷ୍ଟଙ୍କ ଦ୍ଵାରା ପରୀକ୍ଷା କରାଯାଇ ଆଗାମୀ ଦିନରେ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯିବ ।