April 30, 2026

ଉଗ୍ରତାରା ଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଶହ ଶହ ମହିଳା ଙ୍କ ଜଳଯାତ୍ରା

IMG-20260323-WA0043
Share

 

 

ବେଲଗୁଣ୍ଠା, ୨୩/୦୩, ବେଲଗୁଣ୍ଠା ବ୍ଲକ ଘୁ. ନୂଆଗାଁ ଓ ଧୁମୁଛାଇ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ମାଁ ଉଗ୍ରତାରା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲୁରହିଛି । ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିବସରେ ଖୋର୍ଦ୍ଧା ଜିଲ୍ଲା ଭୁସୁଣ୍ଡୁପାଳ ମାଁ ଉଗ୍ରତାରା ମନ୍ଦିରରୁ ଆଜ୍ଞାମାଳ ଅଣାଯାଇ ବେଲଗୁଣ୍ଠା ସହର ସମେତ ଘୁ. ନୂଆଗାଁ ଓ ଧୁମୁଛାଇ ଗ୍ରାମ ପରିକ୍ରମା କରାଯାଇଥିଲା। ପରେ ଉଭୟ ଗ୍ରାମର ମଧ୍ୟଭାଗ ଛକ ଠାରେ ନିର୍ମିତ ମାଁ ଉଗ୍ରତାରା ମନ୍ଦିରରେ ଏହା ସ୍ଥାପନ କରାଯାଇଥିଲା। ରବିବାର ଦ୍ୱିତୀୟ ଦିବସରେ ବଡ଼ ନଦୀରୁ ଗଙ୍ଗାଜଳ ବରୁଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଭୟ ଗ୍ରାମର ୪ ଶହରୁ ଉର୍ଦ୍ଧ୍ଵ ମହିଳାଙ୍କ ଜଳଯାତ୍ରା ଆଧ୍ଯାତ୍ମକି ବାତାବରଣ ସୃଷ୍ଟି କରିଥିଲା । ବଡ଼ ନଦୀରୁ ମହିଳାମାନେ ମୁଣ୍ଡରେ କଳସ ଧରି ଶୋଭାଯାତ୍ରାରେ ବାହାରିଥିଲେ । ପୁରୋହିତ ଗୋଷ୍ଠୀ ମନ୍ତ୍ର ଉଚାରଣ ସହ ପୂଜାପାଠ କରିଥିବା ବେଳେ ମହିଳାଙ୍କ ହୁଳହୁଳି ଓ ହରିବୋଲ ଧ୍ବନିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ବାଦ୍ୟ ବାଜଣା ଓ ଆତସ ବାଜି ମଧ୍ୟରେ ଜଳଯାତ୍ରା ଗ୍ରାମ ପରିକ୍ରମା କରି ଯଜ୍ଞସ୍ଥଳରେ ପହଞ୍ଚିଥିଲା । ସୋମବାରଠାରୁ ମନ୍ଦିର ପ୍ରତିଷ୍ଠା ଜାଗ ଯଜ୍ଞ ୨୪ ପ୍ରହର ଅଖଣ୍ଡ ନାମ ଯଜ୍ଞ ଆରମ୍ଭ ହେବାଶହ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ୨୬ ତାରିଖ ପର୍ଯ୍ୟନ୍ତ ଚାଲୁରହିବ।ମନ୍ଦିର ପ୍ରତିଷ୍ଠାର ପରି ଚାଳନା କମିଟିଙ୍କ ସହ ଉଭୟ ଗ୍ରାମର ଶତାଧିକ ଯୁବ ସେଚ୍ଛାସେବୀ କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି । ଏହାକୁ ଦେଖିବା ପାଇଁ ଭଞ୍ଜନଗର ବ୍ଲକ ଓ ବେଲଗୁଣ୍ଠା ବ୍ଲକ ର ବିଭିନ୍ନ ଗ୍ରାମରୁ ଶହଶହ ଶ୍ରଦ୍ଧାଳୁ ଆସି କୃପାଲାଭ କରୁଛନ୍ତି l

You may have missed