ଯୁବ ସାମ୍ବାଦିକଙ୍କ ବିୟୋଗରେ ଶୋକର ଛାୟା

ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଅଞ୍ଚଳର ସୁନାମଧନ୍ୟ ସାମ୍ବାଦିକ ତଥା କନକ ନିଉଜର ପାରାଦ୍ୱୀପ ପ୍ରତିନିଧି ରଶ୍ମିରଞ୍ଜନ ରାଉତରାୟଙ୍କ ଅକାଳ ବିୟୋଗରେ ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପକ୍ଷରୁ ଶୋକସଭା ତଥା ଗଭିର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସ୍ବର୍ଗତ ରାଉତରାୟ ଜଣେ ଯୁବ ସମ୍ବାଦିକ ଭାବେ ବେଶ ଜଣାଶୁଣା ଥିଲେ । ଗତକାଲି ରାତିରେ ସମ୍ବାଦ ସଂଗ୍ରହ କରି ଫେରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ପାରାଦ୍ୱୀପର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ସ୍ୱାସ୍ଥ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ରଶ୍ମିରଞ୍ଜନଙ୍କର ଏହି ଅକାଳ ବିୟୋଗରେ ଜଗତସିଂହପୁର ଜିଲ୍ଲାର ସାମ୍ବାଦିକ ଜଗତରେ ଏକ ଅପୁରଣୀୟ କ୍ଷତି ଘଟିଛି । ଏହି ପରିପେକ୍ଷିରେ ଜଗତସିଂହପୁର ମୁଖ୍ୟାଳୟସ୍ଥିତ ସାମ୍ବାଦିକ ଭବନଠାରେ ଜଗତସିଂହପୁର ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକମାନଙ୍କ ପକ୍ଷରୁ ଏକ ଶୋକସଭା ପାଳନ କରାଯାଇଛି । ବରିଷ୍ଠ ସାମ୍ବାଦିକ ରମାକାନ୍ତ ଦାଶଙ୍କ ତତ୍ୱାବଧାନରେ ସାମ୍ବାଦିକ ଶୁଭଙ୍କର ଜେନା ,ମନୋଜ ଦାଶ , ମାନସ କାନୁନଗୋ ,ସରୋଜକାନ୍ତ ସାହୁ ,ଦୁର୍ଯ୍ୟୋଧନ ମହାରଣା ,ପ୍ରତାପ କୁମାର ସିଂହ ,ତାପସ ଦାସ ,ଦୀପକ ମହାନ୍ତି ,ରବୀନ୍ଦ୍ରନାଥ ମଲ୍ଲିକ, ଗୟାଧର ମହାରଣା ,ସନ୍ତୋଷ ମଲ୍ଲିକ ,ପ୍ରସନ୍ନ ସେଠି , ଅମ୍ବିକା ପ୍ରସାଦ ମହାପାତ୍ର, ସୌଭାଗ୍ୟ ସ୍ବାଇଁ,ଶିବଦତ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଶୋକପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।
