April 27, 2026

ପାରଳାଖେମୁଣ୍ଡି ସ୍ଥିତ ହୋଟେଲ ସାଇ ଇଣ୍ଟେରନେସନଲ ଉପରେ ଚଢ଼ଉ ୩ ଟି ସିଲିଣ୍ଡର ଜବତ

IMG-20260323-WA0004
Share

 

ପାରଳାଖେମୁଣ୍ଡି:୨୩/୩(ଗରୁଡ ଧ୍ଵଜ ଚୌଧୁରୀ)ମଧ୍ୟପ୍ରାଚ୍ୟ ରେ ଯୁଦ୍ଧ ସ୍ଥିତି ଲାଗି ରହିଥିବା ବେଳେ ରନ୍ଧନ ଗ୍ୟାସର ଅଭାବୀ ବିକ୍ରି ଦେଖାଦେଇଛି ଯାହାକୁ ନେଇ ଗଜପତି ଜିଲ୍ଲା ପ୍ରଶାସନ ରନ୍ଧନ ଗ୍ୟାସର କଳାବଜାରୀ ରୋକିବା ପାଇଁ ବିଭିନ୍ନ ରେସଟୁରେଣ୍ଟ ଓ ହୋଟେଲ ଗୁଡିକରେ ଚଢ଼ାଉ ଆରମ୍ଭ କରିଛି. ହେଲେ ଗତ ଦୁଇଦିନ ତଳେ ଯୋଗ ବିଭାଗର ଏକ ଟିମ ହୋଟେଲ ସାଇ ଇଣ୍ଟେରନେସନଲ ୩ତାରକା ହୋଟେଲରେ ଚଢ଼ାଉ କରି ୩ଟି ଘରୋଇ ସିଲିଣ୍ଡର ଜବତ କରିଥିବା ଘଟଣା ସାମ୍ନାକୁ ଆସିଥିଲା. ହୋଟେଲ କର୍ତୃପକ୍ଷଙ୍କ କହିବ ହେଲା ହୋଟେଲରେ ପିଅନ ଠାରୁ ଆରମ୍ଭ କରି ମ୍ୟାନେଜର ପର୍ଯ୍ୟନ୍ତ ୩୦ ଜଣ କର୍ମଚାରୀ କାର୍ଯ୍ୟରତ ଅଛନ୍ତି ସେମାନେ ମଧ୍ୟ ସେହି ହୋଟେଲରେ ବସବାସ କରନ୍ତି ନିଜର ବ୍ୟବହାର ପାଇଁ ରଖାଯାଇଥିବା ଗ୍ୟାସ ହାଣ୍ଡି ଗୁଡିକୁ ଯୋଗାଣ ବିଭାଗ କର୍ମଚାରୀ ଜବରଦସ୍ତ ଉଠେଇ
ନେଇଥିବା ଅଭିଯୋଗ ଆଣିଛନ୍ତି. ଗୋଟିଏ ଦୁଇ ସପ୍ତାହୋ ହେଲା ଏହି ତିନି ତାରକା ହୋଟେଲରେ ବାହାରେ କାଠ ଚୁଲା ବ୍ୟବହାର କରି ନିଜ ବ୍ୟବସାୟ ଆତି କମ ଆଇଟମ କରି ଭୁ ଅସୁବିଧାର ସହ ପରିଚାଳନା କରୁଛି ଏଭଳି ସ୍ଥିତିରେ ବ୍ୟବସାୟିକ ଭିତ୍ତିରେ ଗ୍ୟାସ ବିତ୍ତରଣ କମ୍ପାନୀ ଗୁଡିକ ବ୍ୟବସାୟିକ ହାଣ୍ଡି ଯୋଗାଉ ନାହଁନ୍ତି. ତେବେ ହୋଟେଲ ବ୍ୟବସାୟ ଚଳିବ କିଭଳି ବୋଲି ପ୍ରଶ୍ନ କରିଛନ୍ତି. ତେବେ ଏଭଲି ଆନେକ ଅଭିଯୋଗ ଓ ଯୋଗାଣ ବିଭାଗର ଦାଦାଗିରି ସମସ୍ତ ଅଭିଯୋଗନେଇ ହୋଟେଲରେ ବିଡ଼ିଓ, ଆରୀୟାନ ଝା, ରଞ୍ଜନ କୁମାର ବେହେରା, ଅପରେସନ ମ୍ୟାନେଜର, ଫିଲିପସ ଶବର,ପ୍ରଣ୍ଟ ଅଫିସ ମ୍ୟାନେଜର, ବିକାଶ ସିଂଘ, ଚି଼ଫ ଶେଫ ମିଳିତ ଭାବେ ଏକ ଅଭିଯୋଗ ପତ୍ର ଉପଜିଲ୍ଳାପାଳ ତଥା ଭାରାପ୍ରାପ୍ତ ଯୋଗାଣ ଅଧିକାରୀ ଅନୁପ ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି. ଜିଲ୍ଲାରେ ଏକ ମାତ୍ର ଥିବା ୩ ତାରକା ହୋଟେଲ ମୁଖ୍ୟତଃ ପର୍ଯ୍ୟଟନ ଶିଳ୍ପର ବିକାଶରେ ମୁଖ୍ୟ ଭୂମିକା ବହନ କରୁଛି ଏଭଳି ସ୍ଥଳେ ପର୍ଯ୍ୟଟନ ର ବିକାଶ ଦିଗରେ ପ୍ରଶାସନ ଚିନ୍ତା କରି ପଦକ୍ଷେପ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି।