April 26, 2026

ବିନାୟକ ଶିକ୍ଷା ମନ୍ଦିର ର ୧୨ ତମ ବାର୍ଷିକ ଉତ୍ସବ ମହାଡ଼ମ୍ବରରେ ପାଳନ କରାଯାଇଛି

IMG-20260323-WA0005
Share

 

ପୁରୀଜିଲ୍ଲା ପୁରୀ ସଦର ଅଞ୍ଚଳ ରେ ବିନାୟକ ଶିକ୍ଷା ମନ୍ଦିର ମାର୍ଚ୍ଚ ୨୦୧୩ ରୁ ପ୍ରତିଷ୍ଠା ଲାଭ କରି ଚଳିତ ବର୍ଷ ୧୨ତମ ବାର୍ଷିକ ଉତ୍ସବ ମହାଡ଼ମ୍ବରରେ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଶିକ୍ଷାବିତ ନିରଞ୍ଜନ ପରିଡା ଯୋଗଦାନ କରି ବିନାୟକ ଶିକ୍ଷା ମନ୍ଦିର ର ଶତକଡା ୨୫ଭାଗ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ପାଠ ପଢ଼ାଇବା ସହିତ ବିଜ୍ଞାନ ମେଳା ଠାରୁ ଆରମ୍ଭ କରି କ୍ରୀଡା ପ୍ରତିଯୋଗିତା ରେ କେବଳ ପୁରୀଜିଲ୍ଲା ନୁହେଁ ସାରା ଓଡିଶା ରେ ଛାତ୍ରଛାତ୍ରୀ ମାନଙ୍କର ସଫଳତା କୁ ପ୍ରଶଂସା କରିବା ସହିତ ଅଭିଭାବକ ମାନଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଥିଲେ l ପରେପରେ ସମ୍ମାନିତ ଅତିଥିମାନେ ନିଜନିଜର ଅଭିଭାଷଣ ରେ ଶିକ୍ଷା ମନ୍ଦିର ର କୃତିତ୍ୱକୁ ପ୍ରଶଂସା କରିଥିଲେ l ଅତିଥିମାନଙ୍କ ଅଭିଭାଷଣ ପରେ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ସର୍ବ ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ