April 27, 2026

ଗଣିତରେ ଜାତୀୟ ସ୍ତରରେ ଚମକିଲେ ତଳକୁସୁମାର ଶୁଭ୍ରାଂଶୁ”

IMG-20260323-WA0001
Share

 

 

ତଳକୁସୁମା ( ସୋମ୍ୟ ରଞ୍ଜନ ସାହୁ )

ଓଡ଼ିଆ ପୁଅଙ୍କ ବୁଦ୍ଧି ଓ ପରିଶ୍ରମ ପୁଣିଥରେ ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି। ପ୍ରତିଷ୍ଠିତ ଆଇଆଇଟି ପରୀକ୍ଷା-୨୦୨୬ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ତଳକୁସୁମା ଗ୍ରାମର ପ୍ରତିଭାବାନ ଛାତ୍ର ଶୁଭ୍ରାଂଶୁ ଶେଖର ପୃଷ୍ଟି। ଗଣିତ ବିଷୟରେ ସେ ସମଗ୍ର ଭାରତରେ ୧୪୬ତମ ସ୍ଥାନ ଅଧିକାର କରି ନିଜ ପରିବାର ତଥା ଅଞ୍ଚଳ ପାଇଁ ଗୌରବ ବହନ କରିଛନ୍ତି।

ସଫଳତାର ଶ୍ରେୟ ଓ ଆଭିମୁଖ୍ୟ:

ଶଶିକାନ୍ତ ପୃଷ୍ଟି ଓ ସସ୍ମିତା ପୃଷ୍ଟିଙ୍କ ସୁପୁତ୍ର ଶୁଭ୍ରାଂଶୁ ପିଲାଦିନୁ ଜଣେ ମେଧାବୀ ଛାତ୍ର ଭାବେ ପରିଚିତ। ନିଜର ଏହି ସଫଳତା ପାଇଁ ସେ ନିଜର ପିତାମାତା ଓ ଶିକ୍ଷକମାନଙ୍କୁ ଶ୍ରେୟ ଦେଇଛନ୍ତି। ଗଣିତ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ତାଙ୍କୁ ଆଜି ଏହି ଶୀର୍ଷରେ ପହଞ୍ଚାଇଛି। ଭବିଷ୍ୟତରେ ସେ ଆଇଆଇଟି ବମ୍ବେ ରେ ନାମ ଲେଖାଇବାକୁ ଲକ୍ଷ୍ୟ ରହୁଛି ଜଣେ ଗଣିତ ପ୍ରଫେସର ହୋଇ ଦେଶର ଶିକ୍ଷା କ୍ଷେତ୍ରରେ ଅବଦାନ ରଖିବାକୁ ଆଶା ପ୍ରକଟ କରିଛନ୍ତି। ସେଥିପାଇଁ

ଗ୍ରାମରେ ଖୁସିର ଲହରୀ ଦେଖିବାକୁ ମିଳିଛି

ଶୁଭ୍ରାଂଶୁଙ୍କ ଏହି କୃତିତ୍ୱ ପରେ ତଳକୁସୁମା ଗ୍ରାମରେ ଏକ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଜନତା ତାଙ୍କ ବାସଭବନରେ ପହଞ୍ଚି ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଗ୍ରାମର ଜଣେ ସାଧାରଣ ଘରର ପୁଅ ଆଜି ଜାତୀୟ ସ୍ତରରେ ଏତେ ବଡ଼ ସଫଳତା ପାଇଥିବାରୁ ଅଞ୍ଚଳବାସୀ ଅତ୍ୟନ୍ତ ଗର୍ବିତ।

ଗରଦପୁର ତଳକୁସୁମା ରୁ ସୋମ୍ୟ ରଞ୍ଜନ ସାହୁ ଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଖବର