April 27, 2026

ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପ୍ରତିବାଦରେ ଗଜପତି ଜିଲ୍ଲାର କାର୍ଯ୍ୟରତ ଅମଲା ମାନଙ୍କ କଳାବ୍ୟାଚ ପରିଧାନ

e45b4da1-2b12-4382-9113-86bd4d24db8c
Share

ପାରଳାଖେମୁଣ୍ଡି:୨୪/୫(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲାସ୍ତରୀୟ କାର୍ଯ୍ୟରତ ଅମଲା ମାନଙ୍କ ରହିଥିବା ନ୍ୟାଯ୍ୟ ଦାବୀ ପୂରଣ ଦିଗରେ ରାଜ୍ୟ ସରକାର , ବୈମାତୃକ ମନୋଭାବ ପୋଷଣ କରି ଆସୁଥିବା ପ୍ରତିବାଦରେ ଜିଲ୍ଲାର ଅମଲା ମାନେ କଳାବ୍ୟାଚ ପରିଧାନ କରି ଅଫିସ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି ।
ଜିଲ୍ଲା ସ୍ତରୀୟ ଅମଲା ସଂଘର ନିଷ୍ପତ୍ତି ଅନୁଯାୟୀ ତା ୨୨.୦୫.୨୦୨୩ ରିଖ ଦିନ ଗଜପତି ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଅମଲା ମାନେ କଳା ବ୍ୟାଜ ପରିଧାନ କରି କାର୍ଯ୍ୟ କରୁଛନ୍ତି ।
ଜିଲ୍ଲାସ୍ତରୀୟ ଅମଲା ମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ
ମନୋଭାବ ପୋଷଣ କରୁଥିବା ଅମଲା ମାନଙ୍କ ପକ୍ଷରୁ ଅଭିଯୋଗରେ କୁହାଯାଇଛି । ଏହିଭଳି କଳାବ୍ୟାଚ ପରିଧାନ କରି ପ୍ରତିବାଦ ସ୍ୱରୂପ ଆସନ୍ତା ୩୧.୦୫.୨୦୨୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଅମଲା ମାନେ କଳା ବ୍ୟାଜ ପରିଧାନ କରି ଅଫିସ କାର୍ଯ୍ୟ କରିବେ । ଯଦି ସରକାର ଅମଲା ମାନଙ୍କର ଏକ ମାତ୍ର ଦାବି ଗ୍ରେଡ ପେ ଟ ୪୨୦୦ ଧାର୍ଯ୍ୟ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବେ ନାହିଁ , ତେବେପଦକ୍ଷେପ ଗ୍ରହଣ କରିବେ ନାହିଁ , ତେବେ ଆସନ୍ତା ଜୁନ୍ ମାସ ପହିଲାରୁ ଜିଲ୍ଲାର ସମସ୍ତ ଅମଲା ସମୂହ ଛୁଟିରେ ଯିବା ପାଇଁ ପ୍ରସ୍ତୁତି ଥିବା ଅଭିଯୋଗରେ କୁହାଯାଇଛି ।ପ୍ରକାଶ ଥାଉ କି ଗଜପତି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ
ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗତମାସ ୨୧ ତାରିଖରେ ଏକସ୍ମାରକପତ୍ର ପ୍ରଦାନ କରା ଯାଇଥିଲା ।ଏହି ସ୍ମାରକପତ୍ରର ମୂଳ ଉଦ୍ଦେଶ୍ୟ ରହିଥିଲା ଯେ , ଅମଲା ମାନଙ୍କର ଦରମା ଟ: ୧୯୦୦/-ଗ୍ରେଡ ପେ ବଦଳରେ ଟ: ୪୨୦୦/- ଗ୍ରେଡ଼ ପେ ସ୍ଥିର କରାଯାଉ ଏହି ନ୍ୟାଯ୍ୟ ଦାବିକୁ ନେଇ ଗତ ୦୧.୦୫.୨୦୨୩ ରିଖରେ ଜିଲ୍ଲା ସ୍ତରୀୟ ମିଳିତ ମଞ୍ଚ , ଭୁବନେଶ୍ୱର ମୁଖ୍ୟ ଶାସନ ସଚିବଙ୍କ ଉଦେଶ୍ୟରେ ଏକ ଚରମ ପତ୍ର ପ୍ରଦାନ କରିଥିଲେ । ଏହି ଦାବିପତ୍ର ଦିଆଯିବା ପରେ ମଧ୍ୟ ରାଜ୍ୟସରକାର ବର୍ତ୍ତମାନ ସୁଦ୍ଧା ଏଥିପ୍ରତି କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରି ନ ଥିବା ଯୋଗୁଁ ଗତ ୨୨.୦୫.୨୦୨୩ ତାରିଖରୁ ସଂଘର ସମସ୍ତ ସଦସ୍ୟ କଳା ବ୍ୟାଜ ପରିଧାନ କରି କାର୍ଯ୍ୟର କରିବାଦେଖିବାକୁ ମିଳିଛି ।ତେଣୁ ଆଗାମୀ ଦିନରେ ଯଦି ଅମଲା ମାନେ ସମୂହ ଛୁଟିରେ ଯିବେ ତେବେ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ଠପ୍ ହେଇଯିବ ବୋଲି ବୁଦ୍ଧିଜୀବୀ