April 28, 2026

ଜାତୀୟ ସେବା ଯୋଜନା ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା

IMG-20260320-WA0035
Share

ମୋହନା(ଜୁନେସ ଶବର)  ମୋହନା ସ୍ଥିତ ହିଲ-ଟପ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତିଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ସଚେତନତା ମୂଳକ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରାୟ ଶହେ ଜଣ ଶିକ୍ଷାର୍ଥୀ ମହାବିଦ୍ୟାଳୟ ପରିସରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ମୁଖ୍ୟ ସଡ଼କ ଦେଇ ହାଇସ୍କୁଲ ଛକ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସଚେତନତା ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ସହିତ ସଡ଼କ ସୁରକ୍ଷା ଜୀବନ ରକ୍ଷା,ମୁଣ୍ଡରେ ପିନ୍ଧନ୍ତୁ ହେଲମେଟ,ଖୋଲିବନି କେବେ ଯମର ଗେଟ,ହେଲମେଟ ପିନ୍ଧ,ଜୀବନ ବଞ୍ଚାଅ,ଦୃତ ଗତି ମହାବିପତ୍ତି,ନିଶାଖାଇ ଗାଡ଼ି ଚଲାନ୍ତୁ ନାହିଁ,ଦୁର୍ଘଟଣାକୁ ଡ଼ାକି ଆଣନ୍ତୁ ନାହିଁ ଆଦି ନାରାବାଜି କରି ହାତରେ ପ୍ଲାକାର୍ଡ଼ ଧରି ବଜାର ପରିକ୍ରମା କରି ଲୋକଙ୍କୁ ସଚେତନ କରାଇଥିଲେ।ଏହି କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନା ଅଧିକାରିଣୀ ରୀତା କୁମାରୀ ଶତପଥୀଙ୍କ ସମେତ ବରିଷ୍ଠ ଅଧ୍ୟାପକ ଜଗନ୍ନାଥ ପଣ୍ଡା, ପ୍ରଣବାନନ୍ଦ ପାଟ୍ଟଯୋସୀ, ମନୋରଞ୍ଜନ ପାଣିଗ୍ରାହୀ ପ୍ରମୁଖ ସାମିଲ ହୋଇ ସହଯୋଗ କରିଥିଲେ।