April 26, 2026

ବିରିଡି ବ୍ଲକରେ ଆୟୋଜିତ ହେଲା କଂଗ୍ରେସ ବନ୍ଧୁମିଳନ ଉତ୍ସବ

IMG-20260320-WA0040
Share

 

ବିରିଡି :- ୨୦/୦୩/୨୦୨୬ ( ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ଜଗତସିଂହପୁର ଜିଲ୍ଲାର ବିରିଡି ବ୍ଲକ ଅନ୍ତର୍ଗତ ହାଜିପୁର ପଞ୍ଚାୟତର ଧ୍ୟାନକୁଦ ଜଗନ୍ନାଥପୀଠ ନିକଟରେ କଂଗ୍ରେସ ର ବରିଷ୍ଠ କର୍ମୀ ଓ ପୁରୁଷ /ମହିଳା ଚାଷୀ ମାନଙ୍କୁ ନେଇ ଏକ ବନ୍ଧୁମିଳନ ର ଉତ୍ସବ ଆୟୋଜିତ ହୋଇଯାଇଛି l ଏହି ଉତ୍ସବ ର ଆବାହକ ବରିଷ୍ଠ ସମାଜସେବୀ ଭାଗ୍ୟଧର ଜେନା ଙ୍କ ସଭାପତିତ୍ୱ ଏବଂ ବଳରାମ ମଲ୍ଲିକ ଙ୍କ ସଂଯୋଜନା ରେ ଆୟୋଜିତ ହୋଇଥିବା ବେଳେ, ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ତଥା ବରିଷ୍ଠ ସୁସଙ୍ଗଠକ ଶ୍ରୀଯୁକ୍ତ ନଟବର ବାରିକ l ସମ୍ମାନିତ ଅତିଥିଭାବେ ଥିଲେ ଜଗତସିଂହପୁର କଂଗ୍ରେସ ବିଧାନସଭା ପ୍ରାର୍ଥୀନୀ ଶ୍ରୀମତୀ ପ୍ରତିମା ମଲ୍ଲିକ,ଏରସମା ବାଲିକୁଦା କଂଗ୍ରେସ ବିଧାନସଭା ପ୍ରାର୍ଥୀ ନଳିନୀ କାନ୍ତ ସ୍ୱାଇଁ,ପାରାଦ୍ୱୀପ ବିଧାନସଭା ପ୍ରାର୍ଥୀ ନିରଞ୍ଜନ ନାୟକ,ଜଗତସିଂହପୁର ପୌରପରିଷଦ ର ପୂର୍ବତନ ଚେୟାରମ୍ୟାନ ବିପ୍ଳବ ଚୌଧୁରୀ,ଜିଲ୍ଲା କଂଗ୍ରେସ କମିଟି ର ପୂର୍ବତନ ଉପସଭାପତି ଲିଙ୍ଗରାଜ ମଲ୍ଲ,ଜିଲ୍ଲା ଚାଷୀ ମୁଲିଆ ସଂଗଠନ ସଭାପତି ବେଦଦ୍ୟୁତି ପୃଷ୍ଟି,ରାଜ୍ୟ ରାଜୀବଗାନ୍ଧୀ ସଂଗଠନ ସାଧାରଣ ସମ୍ପାଦକ ନିରଞ୍ଜନ ଲେଙ୍କା,ଜଗତସିଂହପୁର ପୂର୍ବତନ ବ୍ଲକ ସଭାପତି ମାନସ ରଥ,ଜଗତସିଂହପୁର ପୌରପରିଷଦ ପୂର୍ବତନ ଚେୟାରମ୍ୟାନ ଅଭୟ ମହାନ୍ତି,ଯୁବ ସମାଜସେବୀ ଜ୍ଞାନରଞ୍ଜନ ଜେନା,ବିରିଡି ବ୍ଲକ ପୂର୍ବତନ ସଭାପତି ଅଶୋକ ଜେନା,ବଡଖଣ୍ଡାୟତ ପଞ୍ଚାୟତ ସରପଞ୍ଚ ବେବିନା ମଲ୍ଲିକ,ଜୟଦେବ କ୍ଷେତ୍ର ବିଧାୟକ ପ୍ରାର୍ଥୀ ଜୟନ୍ତ ଭୋଇ ଏବଂ ହାଜିପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ

ବିମଳ ସେଠୀ l ବିଶେଷକରି ବନ୍ଧୁମିଳନ ଉତ୍ସବ ରେ ବରିଷ୍ଠ ନାଗରିକ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ,ସାମାଜିକ ସୁରକ୍ଷା ଉପରେ ଆଲୋକପାତ,କୃଷି ଓ କୃଷକର ଉନ୍ନତି ପାଇଁ ସଂଘର୍ଷ,ଆର୍ଥିକ ଅନଗ୍ରସର, ବେରୋଜଗାର ଦୂରୀକରଣ ପାଇଁ ସଚେତନତା,ନିଷ୍ପେସିତ, ଅବହେଳିତ, ଓ ନାରୀମାନଙ୍କ ପାଇଁ ସୁରକ୍ଷା ଉପରେ ଅତିଥିମାନେ ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ପ୍ରାରମ୍ଭରେ ଅଲାଣ୍ଡୋ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ସ୍ବର୍ଗତଃ. ନବକିଶୋର ସ୍ୱାଇଁ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଥିଲା l ବ୍ଲକ ର ବିଭିନ୍ନ ବର୍ଗର ବରିଷ୍ଠ ନାଗରିକଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ମାନିତ ଓ ସମ୍ବର୍ଦ୍ଦିତ କରାଯାଇଥିଲା l ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଯୁବସମାଜସେବୀ ନିହାର ରଞ୍ଜନ ସ୍ୱାଇଁ l ପ୍ରାୟ ୮୦୦ ଶହରୁ ଉର୍ଦ୍ଧ୍ୱ ସମର୍ଥକ ଏହି ମିଳନ ଉତ୍ସବ ରେ ସାମିଲ ହୋଇଥିବା ବେଳେ, ଏହି ସମସ୍ତ କାର୍ଯ୍ୟରେ ଜ୍ୟୋସ୍ନା ରାଣୀ ବେହେରା, ପ୍ରମୋଦ କୁଣ୍ଟ,ଦୀପୁ ନାଥ, ରାଜା ଭୋଇ, ପବିତ୍ର ପ୍ରଧାନ,ସୁରେଶ ନାୟକ, ପ୍ରଶାନ୍ତ ସାହୁ,ପ୍ରଶାନ୍ତ ବିଶ୍ୱାଳ, ରବୀନ୍ଦ୍ର ପଶାୟତ,ମାନସ ପଶାୟତ, କୃଷ୍ଣଚନ୍ଦ୍ର ଜେନା,ଗୁରୁଚରଣ ବାରିକ, ଅଭୟ ମଲ୍ଲ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ l