May 11, 2026

ପରିବା ମାର୍କେଟରେ ଭେଣ୍ଡିଂ ଜୋନ ପାଇଁ ଶିଳାନ୍ୟାସ କଲେ ଶିଳ୍ପମନ୍ତ୍ରୀ ..

IMG-20260320-WA0004
Share

 

ପାରାଦ୍ୱୀପ(ଦେବାଶିଷ ପାଣି) ପାରାଦୀପ ବଡପଡିଆ ପରିବା ମାର୍କେଟରେ ଭେଣ୍ଡିଂ ଜୋନ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ଵାଇଁ।ଭେଣ୍ଡିଂ ଜୋନ ସହିତ ସେଠାରେ ସମସ୍ତ ପ୍ରକାର ଆନୁସଙ୍ଗିକ ସୁବିଧା ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ଶିଳ୍ପମନ୍ତ୍ରୀ କହିଛନ୍ତି।ଗତ ମାସରେ ଭୟାବହ ଅଗ୍ନିକାଣ୍ଡ ଘଟି ପରିବା ମାର୍କେଟର ୬୫ ଟି ଦୋକାନ ପୋଡ଼ି ଜଳି ପାଉଁଶ ହୋଇଯାଇଥିଲା। ଏହାର ପ୍ରାୟ ୭ ମାସ ପୂର୍ବରୁ ମଧ୍ୟ ଅଗ୍ନିକାଣ୍ଡରେ ଅନେକ ଦୋକାନ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା।ବିଭିନ୍ନ ସମୟରେ କାଳବୈଶାଖୀ ଏବଂ ଝଡବର୍ଷାରେ ଦୋକାନ ଭାଙ୍ଗି ଯାଉଥିଲା।‌ଦୀର୍ଘ ୩୦ ବର୍ଷ ହେଲାଣି ଏଠାରେ ବ୍ୟବସାୟ କରୁଥିବା ଦୋକାନୀ ମାନେ ସ୍ଥାୟୀ ଭେଣ୍ଡିଂ ଜୋନ ନିର୍ମାଣ ପାଇଁ ଦାବି କରି ଆସୁଥିଲେ ବି କେହି କର୍ଣ୍ଣପାତ କରିନଥିଲେ।ନା ପୌରପାଳିକା ନା ପାରାଦୀପ ପୋର୍ଟ,ନା ରାଜନେତା କେହି ସମସ୍ୟା ପ୍ରତି କର୍ଣ୍ଣପାତ କରୁନଥିଲେ।ମାତ୍ର ଏବେ ପାରାଦୀପ ବିଧାୟକ ତଥା ମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କ ଉଦ୍ୟମରେ ଏହି ଦାବି ପୂରଣ ହେବାକୁ ଯାଉଛି ବୋଲି କୁହାଯାଉଛି।ଏହି ଅବସରରେ ଇଫକୋ ପାରାଦୀପ ୟୁନିଟ୍ ମୁଖ୍ୟ ପି.କେ.ମହାପାତ୍ର ଯୋଗ ଦେଇ ଅଗ୍ନି ବିପନ୍ନ ମାନଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଥିଲେ।ଇଫକୋ ଲୋକ ସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।ବିପନ୍ନ ମାନଙ୍କୁ ପଲିଥିନ ପାଲ ବଣ୍ଟନ କରାଯାଇଥିଲା। ତେବେ ପରିବା ମାର୍କେଟ ପରିବେଶକୁ ଅପରିଷ୍କାର ନକରି ସ୍ଵଚ୍ଛ ସୁନ୍ଦର ରଖିବାକୁ ଅତିଥି ମାନେ ନିବେଦନ କରିଥିଲେ।‌ ପାନୀୟଜଳ ସୁବିଧା,ବର୍ଷାଜଳ ନିଷ୍କାସନ ସୁବିଧା ଏବଂ ଦୋକାନ ଘରକୁ ବିଜୁଳି ସଂଯୋଗ ଦେବାକୁ ବ୍ୟବସାୟୀ ମାନେ ଦାବି କରିଛନ୍ତି।