ବାବା ନାଗେଶ୍ୱର ଙ୍କ ପୀଠରେ, ବିଶ୍ଵଶାନ୍ତି ମହାଶୈବଯଜ୍ଞ !!
ତିର୍ତ୍ତୋଲ ତା 19/3/2026 ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ର କନକପୁର ଓ ମୂଳିସିଂହ ପଞ୍ଚାୟତ ର ସଙ୍ଗମସ୍ଥଳ ରେ ହରିପୁର ବାଗ ଠାରେ ଗତ 16 ତାରିଖ ଠାରୁ ଶୁଭାରମ୍ଭ ହୋଇଥିବା ଅଷ୍ଟମବାର୍ଷିକ, ବିଶ୍ଵଶାନ୍ତି ଶୈବମହା ଯଜ୍ଞ 19 ତାରିଖ ଗୁରୁବାର ଦିନ ଉଦଯାପିତ ହୋଇଯାଇଛି l ପଣ୍ଡିତ ଆଲୋକ ଦାଶ ଙ୍କ ପ୍ରତକ୍ଷ୍ୟତତ୍ତ୍ୱାବଧାନ ରେ ଓ ସ୍ଥାନୀୟ ଗ୍ରାମବାସୀ ଙ୍କ ସହଯୋଗ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମହାମନ୍ତନାମଯଜ୍ଞ, ଅଙ୍କୁରାରୋପଣ, କଳସ ଶୋଭାଯାତ୍ରା, ଅଗ୍ନିସ୍ଥାପନ, ଗୀତା ହବନ, ରୁଦ୍ରାଦି ସର୍ବଦେବ ହବନ, ସୂର୍ଯ୍ୟପୂଜା, ରୁଦ୍ରାଭିଷେକ, ବିଶ୍ଵଶାନ୍ତି ଯଜ୍ଞ ରେ ଆହୁତି ପ୍ରଦାନ, ଶିଶୁକଳାକାର ମାନଙ୍କ ଦ୍ୱାରା ଆଧ୍ୟାତ୍ମିକ ନୃତ୍ୟସଙ୍ଗୀତ ପରିବେଷଣ ଆଦି କରାଯାଇ ଥିଲା l ଯଜ୍ଞ ର କର୍ତ୍ତା କର୍ତ୍ତ୍ରୀ ଭାବେ ରଶ୍ମି ରଞ୍ଜନ ସିଂହ, ଓ ସୁରେଖା ସିଂହ ଦାୟିତ୍ୱ ସମ୍ପାଦନ କରିଥିଲେ l ନିତ୍ୟପୂଜକ ନିହାର ଦାଶ, ବାବାନାଗେଶ୍ୱର ଙ୍କ ପୂଜାର୍ଚ୍ଚନା କରିଥିବା ବେଳେ, ପୁସ୍ତକାଚାର୍ଯ୍ୟ ପଣ୍ଡିତ କିଶୋରଚନ୍ଦ୍ର ଵେଦବାଗିସ, ସହକାରୀ ପଣ୍ଡିତ ଭାରତଭୂଷଣ ପାଣିଗ୍ରାହୀ, ଆଚାର୍ଯ୍ୟ ଜ୍ୟୋତିପ୍ରକାଶ ଚଇନି, ଆୟୁଷ ଅଂଶୁମାନ ପାଣିଗ୍ରାହୀ, ପ୍ରଦୀପ୍ତ କୁମାର ଦାସ ଓ ପଣ୍ଡିତ ସଞ୍ଜୟ କୁମାର ଦାଶ, ମହାଶୈବଯଜ୍ଞ ପରିଚାଳନା ରେ ଅଂଶଗ୍ରହଣ କରିଥିଲେ l
ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
