May 11, 2026

ଭାଗବତ ଟୁଙ୍ଗି ସ୍ଥାନାନ୍ତକରଣ ନକରିବାକୁ, ତିର୍ତ୍ତୋଲ ବି ଡି ଓ ଙ୍କୁ ଅଭିଯୋଗ

IMG-20260320-WA0001
Share

ତିର୍ତ୍ତୋଲ ତା 19/3/2026 ତିର୍ତ୍ତୋଲ ବ୍ଲକ, ଗୋବିନ୍ଦପୁର ପଞ୍ଚାୟତ ର ଗୋବିନ୍ଦପୁର ଆଠନମ୍ବର ୱାର୍ଡ ରେ ଏକ ଭାଗବତ ଟୁଙ୍ଗି ନିର୍ମାଣ କରିବାନିମନ୍ତେ ଓଡିଶା ସରକାରଙ୍କ ବିକଶିତ ଗାଁ, ବିକଶିତ ଓଡିଶା ପ୍ରକଳ୍ପ ପାଣ୍ଠିରୁ ଚାରିଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲା l ମାତ୍ର ସମ୍ପ୍ରତି ଏହି ପ୍ରକଳ୍ପ କୁ ଗୋବିନ୍ଦପୁର ଚାରିନମ୍ବର ୱାର୍ଡ କୁ ସ୍ଥାନାନ୍ତକରଣ କରାଯାଇଥିବାରୁ, ଆଠନମ୍ବର ୱାର୍ଡ ର ଅଧିବାସୀ ମାନେ ଗତ 16/3/2026 ତାରିଖଦିନ ତିର୍ତ୍ତୋଲବ୍ଲକ ବିଡ଼ିଓ ଙ୍କ ନିକଟରେ ଏ ସମ୍ପର୍କରେ ଏକ ଲିଖିତ ଅଭିଯୋଗ କରିବା ସହିତ ଏହି ଦରଖାସ୍ତ ର ନକଲ, ଜଗତସିଂହପୁର ଜିଲ୍ଲାପାଳ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ସରକାର ଙ୍କ ନିକଟକୁ ମଧ୍ୟ ପ୍ରେରଣ କରି ନ୍ୟାୟ ପାଇବା ପାଇଁ ନିବେଦନ କରିଅଛନ୍ତି l ୱାର୍ଡସଭ୍ୟା ମନ୍ଦୋଦରୀ ସ୍ୱାଇଁ ଙ୍କ ନେତୃତ୍ୱ ରେ ରଣଜିତ ସ୍ୱାଇଁ, ତୁଷାରକାନ୍ତ ସ୍ୱାଇଁ, ଭଗବାନ ସ୍ୱାଇଁ, ସଂଜୀବ କୁମାର ସାହୁ, ବିଜୟ କୁମାର ସାହୁ ସୁଶାନ୍ତ କୁମାର ମହାନ୍ତି, ଅନନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ବାରିକ, ସୂର୍ଯ୍ୟନାରାୟଣ ସ୍ୱାଇଁ, ବୈଶାଲ୍ୟ ସାହୁ ଓ ଯୋଗେନ୍ଦ୍ର ସ୍ୱାଇଁ ଙ୍କ ସମେତ ଶତାଧିକ ଗ୍ରାମବାସୀ, ତିର୍ତ୍ତୋଲ ବ୍ଲକ ବିଡ଼ିଓ ଙ୍କ ସହିତ ଆଲୋଚନା କରି ତାଙ୍କୁ ଅବଗତ କରାଇବା ସହିତ ଲିଖିତଅଭିଯୋଗ କରିଅଛନ୍ତି l

ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର