June 26, 2026

ସମସ୍ୟାଘେରରେ ଭଟାଜରି ଗ୍ରାମବାସୀ

IMG-20260319-WA0078
Share

 

ଲାଞ୍ଜିଗଡ଼,(ପୁରନ୍ଦର ଦଣ୍ଡସେନା) ତା: ୧୯/୦୩/୨୬:

ଆଦିବାସୀ ଅଧ୍ଯୁଷିତ ଲାଞ୍ଜିଗଡ଼ ବ୍ଲକ୍ ଲାଞ୍ଜିଗଡ଼ ପଞ୍ଚାୟତର ଏକ ଆଦିବାସୀ ଗାଁ ଭଟାଜରି | ଏଠି ୩୫ରୁ ଅଧିକ ପରିବାର ବସବାସ କରନ୍ତି। ହେଲେ ଗାଁରେ ବିଭିନ୍ନ ସମସ୍ୟା ଲାଗି ରହିଛି। ଏଥିମଧ୍ୟରୁ ସ୍ବାସ୍ଥ୍ୟସେବା, ଗମନାଗମନ, ବିଜୁଳି ଓ ପାନୀୟଜଳ ସଙ୍କଟ ଅତ୍ୟତମ ଲାଞ୍ଜିଗଡ଼ ବ୍ଲକ୍‌ କାର୍ଯ୍ୟାଳୟଠାରୁ ୨୧ କିମି ଦୂରରେ ରହିଥିବା ବେଳେ ପଞ୍ଚାୟତ ମୁଖ୍ୟାଳୟଠାରୁ ମାତ୍ର ୬ କିମି ଦୂରରେ ରହିଛି ଏହି ଗାଁ ଉତ୍ତମ ସ୍ବାସ୍ଥ୍ୟସେବା, ଗମନାଗମନ, ବିଜୁଳି ଓ ପାନୀୟଜଳ ସଂଯୋଗ ଆଦି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ରହିଛି। ୨ କିମି ଦୂର ପଥୁରିଆ ପାଦଚଲା ରାସ୍ତାରେ ହିତାଧିକାରୀ ପଞ୍ଚାୟତକୁ ପିଡିଏସ୍ ଚାଉଳ ଓ ଭତ୍ତା ପାଇଁ ଆସିଥାନ୍ତି । ସେହିପରି ଗାଁରୁ ୨ କିମି

 

ପଥୁରିଆ ରାସ୍ତାରେ ଯିବାପରେ ଲାଞ୍ଜିଗଡ଼ରୁ ବେନଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପଡ଼େ ଗାଁରେ ସ୍ବାସ୍ଥ୍ୟକେନ୍ଦ୍ର ନାହିଁ ଫଳରେ

 

ଅନେକ ରୋଗୀ ପ୍ରାଥମିକ ସ୍ଵାସ୍ଥ୍ୟସେବା ପାଇବାରୁ ବଞ୍ଚିତ ରହୁଛନ୍ତି। ଗାଁକୁ ଆମ୍ବୁଲାନ୍ସ ପହଞ୍ଚିପାରୁ ନାହିଁ ରୋଗୀଙ୍କୁ ଖଟିଆରେ ବୋହି ୨ କିମି ଆଣିବାକୁ ପଡ଼ିଥାଏ। ରାସ୍ତାକୁ ନେଇ

 

ବାରମ୍ବାର ଅଭିଯୋଗ ପରେ ମାସେ ତଳେ ପଥୁରିଆ ରାସ୍ତା ଉପରେ ମାଟି ପକାଯାଇଛି। ଗାଁକୁ ବିଜୁଳି ସଂଯୋଗ ହୋଇ ପାରିଲା ନାହିଁ। କିନ୍ତୁ

 

କିଛି ଏନ୍‌ଜିଓ ମାଧ୍ୟମରେ ସୌରଶକ୍ତି ଚାଳିତ ଲାଇଟ ଆଦିବାସୀଙ୍କୁ ଯୋଗାଇ ଦିଆଯାଇଥିଲା । ତାହା ମଧ୍ୟ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଅଧିକାଂଶ ଅଚଳ ହୋଇପଡ଼ିରହିଛି। ବର୍ତ୍ତମାନ ଗାଁରେ

 

ସୌରଶକ୍ତି ମାଧ୍ୟମରେ ପାନୀୟଜଳ ଯୋଗାଣ ମଧ୍ୟ ହୋଇଛି। କିନ୍ତୁ ଏହା ସମସ୍ତ ପରିବାରଙ୍କୁ ପାଣି ପହଞ୍ଚୁ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ

 

କରିଛନ୍ତି। ଏନେଇ ବ୍ଳକ୍ ପ୍ରଶାସନକୁ ବାରମ୍ବାର ଜଣାଇବା ପରେ ବି କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ କହିଛନ୍ତି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

 

*ଲାଞ୍ଜିଗଡ଼ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିଉଜ୍ ଉପାନ୍ତ ଖବର*

You may have missed