ବୁଲା କୁକୁର ଆକ୍ରମଣରେ ସାଇକଲ ଚାଳକ ଆହତ
ବୁଗୁଡ଼ା : ତା ୧୯/୦୩/୨୬ : ବୁଲା କୁକୁର ଆକ୍ରମଣରେ ବୁଗୁଡ଼ା ବ୍ଲକ ଗୋଲିଆ ପଞ୍ଚାୟତ ଅନ୍ତର୍ଗତ ଲେମ୍ବୁ ବଗିଚା ଗ୍ରାମର ଉତ୍ତମ ସାହୁ(୨୦) ଆହତ ହୋଇଛନ୍ତି l ଉତ୍ତମ ବୁଗୁଡ଼ାର ଏକ ଇଲେକ୍ଟ୍ରି ଦୋକାନରେ କାମକରୁଥିବା ବେଳେ ପ୍ରତିଦିନ ଭଳି ବୁଧବାର ରାତିରେ କାମସାରି ସାଇକଲ ଯୋଗେ ଗାଁକୁ ଫେରୁଥିବା ବେଳେ ଚଢିଆପଲ୍ଲୀ ଗାଁ ଛକ ନିକଟରେ ଦଳେ ବୁଲା କୁକୁର ତାଙ୍କୁ ଘେରି ଯାଇଥିଲେ । କୁକୁର ପଲ କବଳରୁ ବର୍ତ୍ତିବା ପାଇଁ ସେ ଗୋଡ଼ ଦୁଇଟିକୁ ଉପରକୁ ଟେକି ଦେବାରୁ ସେ ଭାରସାମ୍ଯ ହରାଇ ସାଇକଲରୁ ଖସି ତଳେ ମୁହଁମାଡି ପଡିଯାଇଥିଲେ l କୁକୁର ପଲ ତାଙ୍କ ଉପରକୁ ଝାମ୍ପି ପଡିବା ଦେଖି ସ୍ଥାନୀୟ ଲୋକେ ହୋହାଲ୍ଲା କରିବାରୁ ସେମାନେ ଦୌଡି ପଳାଇଥିଲେ। ଘଟଣା ସ୍ଥଳରେ ଖଣ୍ଡିଆ ଖାବରା ହୋଇ ଅଚେତ ଅବସ୍ଥାରେ ପଡ଼ିଥିବା ଉତ୍ତମଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବୁଗୁଡ଼ା ମେଡିକାଲକୁ ଆଣିଥିଲେ l ପ୍ରାଥମିକ ଚିକିତ୍ସା ପରେ ଉତ୍ତମ ଏବେ ସୁସ୍ଥ ଥିବା ଜଣା ପଡିଛି l
