ସରକାରୀ ପ୍ରାଥମିକ ବିଦ୍ୟାଳୟ, ନିମକଣା ର ବାର୍ଷିକ ଉତ୍ସବ ପାଳନ
ତା ୧୮/୦୩/୨୦୨୬
ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ।
ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ମଣ୍ଡଳ ଶିକ୍ଷାଧିକାରୀ ଙ୍କ ଅଧୀନ, ସରକାରୀ ପ୍ରାଥମିକ ବିଦ୍ୟାଳୟ, ନିମକଣା ରେ ୨୦୨୫/୨୦୨୬ ବର୍ଷ ର ବାର୍ଷିକ ଉତ୍ସବ ଦିବା ୨ ଘଟିକା ସମୟ ଠାରୁ ମହା ଆଡମ୍ବର ରେ ପାଳନ କରାଯାଇଛି । ଏହି ଉତ୍ସବ ରେ ମଣିଜଙ୍ଗା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ଶଶଧର ମଲ୍ଲିକ, ମୁଖ୍ୟ ଅତିଥି ଭାବେ ପ୍ରଦୀପ ପ୍ରଜ୍ୟୋଳନ କରିଥିଲେ ।
ଏହି ଉତ୍ସବ ରେ ଅନ୍ୟତମ ଶିକ୍ଷକ ତଥା ପାସ୍ତା ସଙ୍ଘର ସଭାପତି ତଥା ଆଖଣ୍ଡଳ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଶ୍ରୀ ଅକ୍ଷୟ କୁମାର ନାୟକ ସଭା ରେ ସଭାପତିତ୍ୱ କରିବା ସହିତ ଏହି ସଭାର ପରିଚାଳନା ମଧ୍ୟ କରିଥିଲେ । ଏହି ସଭାରେ ପୂର୍ଵତନ CRCC ତଥା ତେନ୍ତୁଲିପଦା ସରକାରୀ ଉ:ପ୍ରା ବିଦ୍ୟାଳୟ ର ସହକାରୀ ଶିକ୍ଷକ ଶ୍ରୀ ତାପସ କୁମାର ମହାନ୍ତି, ଏହି ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ମୀରା ରାଉତ, ପୂର୍ବତନ ସହକାରୀ ଶିକ୍ଷକ ଶୈଳବାଳା ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଦ୍ୟାଳୟ ର ଆଭିମୁଖ୍ୟ ସମ୍ବଦ୍ଧରେ ଆଲୋକପାତ କରିଥିଲେ । ଏହି ସଭାରେ ବିଦ୍ୟାଳୟ ର ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ମିନତୀ ସାହୁ, ଦୀପ୍ତିମୟୀ ରାଉତ, ଓ ବରିଷ୍ଠ ଶିକ୍ଷକ ମନୋଜେ କୁମାର ସାମଲ, କୃତି ଛାତ୍ର ଛାତ୍ରୀ ମାନଙ୍କର ପ୍ରଶଂସା କରିଥିଲେ ।ଏହି ସଭାରେ SMC ର ସଭାପତି ଶ୍ରୀଯୁକ୍ତ ସୁଶାନ୍ତ କୁମାର ନାୟକ ଓ ସଭ୍ୟ – ବେଣୁଧର ବେହେରା,ପ୍ରଦୀପ କୁମାର ରାଉତ ଓ ଅନ୍ୟାନ୍ୟ ବହୁ ଅଭିଭାବକ, ସ୍ଥାନୀୟ ଜନସାଧାରଣ ଙ୍କ ଉପସ୍ଥିତ ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲା । ପରିଶେଷରେ କୃତି ଛାତ୍ରୀ ଛାତ୍ର ମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା ।
