April 26, 2026

ଗଜପତି:- ଓଡ଼ିଶା ଦିବସ ଓ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

IMG-20260319-WA0064
Share

ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ଓ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳନ ଉପଲକ୍ଷେ ଆଜି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନୀନ୍ଦ୍ର ହୋନନାଗା’ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ପୃଥ୍ଵିରାଜ ମଣ୍ଡଳ , ଉପ ଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା , ନିର୍ବାହୀ ଅଧିକାରୀ ପୌର ପରିଷଦ ପାରଳାଖେମୁଣ୍ଡି ଶ୍ରୀ ଲକ୍ଷ୍ମଣ କୁମାର ମୁର୍ମୁ , ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ ଗୁରୁମାୟୀ ପ୍ରମୁଖ ମଞ୍ଚାସିନ ଥିଲେ।

ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଉକ୍ତ ଦିନ ପ୍ରାତଃ ୪.୩୦ ମିଟିଟ ସମୟରେ ସହରରେ ରାମଧୁନ ପରିବେଷଣ କରାଯିବ। ସହରରେ ଥିବା ସମସ୍ତ ବରପୁତ୍ର ମାନଙ୍କ ପ୍ରତିମୁର୍ତ୍ତିରେ ୬ ଘଟିକା ସମୟରେ ଅତିଥି ମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରାଯିବ। ତାହା ସହ ୭ ଘଟିକା ସମୟରେ ଶୋଭାଯାତ୍ରା ସରସ୍ଵତୀ ଶିଶୁ ମନ୍ଦିରରୁ ବାହାରି ବଡ଼ ବ୍ରାହ୍ମଣ ସାହି , ବଜାର ଛକ ଦେଇ ହାଇସ୍କୁଲ ଛକ ଓ ରାଜ ଦାଣ୍ଡ ଦେଇ ଗାନ୍ଧୀ ଛକ ଠାରେ ଶୋଭାଯାତ୍ରା ସମାପ୍ତ ହେବ । ଏହି ଶୋଭାଯାତ୍ରାକୁ ଅଧିକ ଆକର୍ଷଣ କରିବା ପାଇଁ ସ୍ଥାନୀୟ ବିରବାଦ୍ୟ ଓ ପାଇକ ଆଖଡ଼ା ଦଳ ସହ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସାଂସ୍କୃତିକ ତଥା ମହାପୁରୁଷ ବେଶଭୂଷା ସହ ପ୍ରଜ୍ଞାପନ ମେଢ଼ କରାଯିବାକୁ ସ୍ଥିର କରାଯାଇଛି। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ।

ସେହିପରି ଉକ୍ତ ଦିନ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ , ସମସ୍ତ ବ୍ୟାଙ୍କ୍ , ବୀମା କମ୍ପାନୀ , ହୋଟେଲ , ସିନେମା ହଲ୍ ଗୁଡ଼ିକରେ ଓଡ଼ିଶା ଦିବସ ଦିନ ରଙ୍ଗ ବେରଙ୍ଗର ଲିଚୁ ତୋରଣ ଦ୍ବାରା କୋଠାବାଡ଼ି ଗୁଡ଼ିକରେ ଆଲୋକ ସାଜସଜ୍ଜା କରାଇବାକୁ ବୈଠକରେ ନିଷ୍ପତି ନିଆଯାଇଛି।

ପରେ ପରେ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଏକ ସାଧାରଣ ସଭା ଆୟୋଜନ କରାଯିବ।

ସେହିପରି ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ’ଙ୍କ ଜୟନ୍ତୀ ଆସନ୍ତା ଅପ୍ରେଲ ୨୬ ତାରିଖରେ ମହା ଆଡମ୍ବରରେ ପାଳନ କରାଯିବ।

ଉକ୍ତ ଦିନ ସକାଳ ୭ ଘଟିକା ସମୟରେ ଗାନ୍ଧୀ ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ବଜାର ଛକ ଦେଇ ମହାରାଜା’ଙ୍କ ସ୍ମୃତି ସୌଧ ପର୍ଯ୍ୟନ୍ତ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏହି ଶୋଭାଯାତ୍ରାରେ ସ୍ଥାନୀୟ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ , ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ବିରବାଦ୍ୟ ଦଳ , ପାଇକ ଆଖଡ଼ା ଦଳ , ସହର ଜନସାଧାରଣ , ସ୍ଥାନୀୟ ବୁଦ୍ଧିଜୀବୀ , ବରିଷ୍ଠ ନାଗରିକ ମାନଙ୍କ ସହଯୋଗରେ ଶୋଭାଯାତ୍ରା ଅନୁଷ୍ଠିତ ହେବ। ପରେ ପରେ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ଏକ ସଧାରଣ ସଭା ଅନୁଷ୍ଠିତ ହେବ।

ଆଜିର ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏମ. ପ୍ରକାଶ ରାଓ , ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସୋଲମାନ ରାଇକା , ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀ ତୁଷାରମୟ ସେନାପତି ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ , ସ୍ଥାନୀୟ ବରିଷ୍ଠ ନାଗରିକ , ବୁଦ୍ଧିଜୀବୀ , ସମସ୍ତ ଗଣମାଧ୍ୟମ ପ୍ରତିନିଧି ଗଣ ଓ ବିଭିନ୍ନ ଅନୁଷ୍ଠାର କର୍ମକର୍ତ୍ତା ପ୍ରମୁଖ ବୈଠକ ଉପସ୍ଥିତ ଥିଲେ।

——————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

——————————————–