ଫସଲ ଅମଳ ଖଳା ସ୍ଥାନ ପରିବର୍ତ୍ତନ ନେଇ ବିଡ଼ିଓ ଙ୍କୁ ଗୁହାରି କଲେ ଗ୍ରାମବାସୀ
ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।
ଜନସାଧାରଣ ଙ୍କ ହିତ ସାଧନ ନିମନ୍ତେ ସରକାର ଙ୍କ ତରଫରୁ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପଞ୍ଚାୟତ ସ୍ଥରରେ ଗ୍ରାମସଭା ଆୟୋଜନ କରାଯାଇ ପଞ୍ଚାୟତବାସୀ ଙ୍କ ମତ ଅନୁସାରେ ସ୍ଥିର କରାଯାଇଥାଏ | ହେଲେ ଅନେକ ସମୟରେ କିଛି କୁଚକ୍ରୀ ଙ୍କ ଦ୍ୱାରା ସରକାରୀ ଅଧିକାରୀ ବା କର୍ମଚାରୀ ମାନଙ୍କୁ କରାୟତ କରି ଜନହିତକାରୀ ପ୍ରକଳ୍ପ ଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ସାଧାରଣ ଜନତାଙ୍କୁ ହତାଶ କରାଯାଇଥାଏ | ଅଧିକାଂଶ ସମୟରେ ସରକାରୀ କଳ ର ଏହି ଧୋକା କୁ ସାଧାରଣ ଜନତା ମାନେ ଚୁପଚାପ ସହି ଯାଉଥିବା ବେଳେ କିଛି ସଚେତନ ନାଗରିକ ଏସବୁ ବିରୋଧରେ ସ୍ୱର ଉତ୍ତୋଳନ କରିଥାନ୍ତି | ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପୋରଗଦେଇ ପଞ୍ଚାୟତରେ | ଚାଷୀ ମାନଙ୍କ ନିମନ୍ତେ ତିର୍ତ୍ତୋଲ ତହସିଲଦାର ଙ୍କ ତରଫରୁ ଚିଠି ସଂଖ୍ୟା ୩୦୪୭ ତା ୨୬-୯-୨୦୧୯ ଅନୁଯାଇ ଯୋଗଣିଆ ଗ୍ରାମ ପ୍ଲଟ ନଂ ୨୯୨ କୁ ଫସଲ ଅମଳ ଖଳା ପ୍ରକଳ୍ପ ନିମନ୍ତେ ସ୍ଥାନ ନିରୂପଣ କରାଯାଇ ବିଡ଼ିଓ ଙ୍କୁ ପ୍ଲଟ ନଂ ଅବଗତ କରାଯାଇଥିଲା | କୌଣସି କାରଣ ବଶତଃ ସେ ସମୟରେ ଏହି ଖଳା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାଇନଥିଲା | ବର୍ତ୍ତମାନ ସେହି ପ୍ରକଳ୍ପ କୁ କିଛି କୁଚକ୍ରୀ ସରକାରୀ କର୍ମଚାରୀ ଙ୍କୁ କରାୟତ କରି ପ୍ଲଟ ନଂ ୨୯୨ ପରିବର୍ତ୍ତେ ୪୮୪ ରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅଗ୍ରସର ହେଉଛନ୍ତି, ଯାହା ଚାଷୀ ମାନଙ୍କୁ ଚିନ୍ତାରେ ପକାଇଛି | ପ୍ଲଟ ନଂ ୨୯୨ ଟି ଚାଷ ଜମି ଗୁଡିକର ନିକଟତର ହୋଇଥିବା ବେଳେ ପ୍ଲଟ ନଂ ୪୮୪ ଚାଷ ଜମି ଠୁ ବହୁ ଦୂରରେ ତେଣୁ ଚାଷୀ ମାନଙ୍କ ହିତ ସାଧନ ନିମନ୍ତେ ଗ୍ରାମର କିଛି ବୁଦ୍ଧିଜୀବୀ ତିର୍ତ୍ତୋଲ ବିଡ଼ିଓ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି | ତିର୍ତ୍ତୋଲ ବିଡ଼ିଓ ଜଣେ ଯୁବ ଏବଂ ଦୁରଦୃଷ୍ଟି ସଂମ୍ପନ୍ନ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥବା ନେଇ ତିର୍ତ୍ତୋଲ ଅଞ୍ଚଳ ରେ ଚର୍ଚ୍ଚା ହେଉଥିବା ବେଳେ ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ଚାଷୀ ମାନେ ଚାଷୀ ମାନଙ୍କ ଚାହିଦା ଅନୁଯାଇ ବିଡ଼ିଓ ପୂର୍ବ ନିର୍ଧାରିତ ସ୍ଥାନରେ ଫସଲ ଅମଳ ଖଳା କୁ ନିର୍ମାଣ ନିମନ୍ତେ ବିଚାର କରିବେ ବୋଲି ଆଶା ରଖିଛନ୍ତି |
