ଆଜିର ଖବର..
୧-ଭୁବନେଶ୍ୱର:ଝାଞ୍ଜି ମାଡ଼ ଆରମ୍ଭ,ତାତି ଆଉ ତିନି ଡିଗ୍ରୀ ବଢିବ। ଝାରସୁଗୁଡ଼ାରେ ତାପମାତ୍ରା ହେଲାଣି ୪୦ ଡିଗ୍ରୀ।
୨-ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ; କଟକରେ ସାମୁହିକ ବିବାହ କଲେ ୫୫ ଯୋଡ଼ା ବର-କନ୍ୟା।
୩-ରାଜ୍ୟରେ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର:ବଖୁରିଆ ଘରେ ଚାଲିଛି ୧୯୦୦ ସ୍କୁଲ।
୪-ଭୁବନେଶ୍ୱର:ଗ୍ୟାସ୍ ଅଭାବ;କାଠ, କୋଇଲା ଖୋଜିଲେଣି ଜଳଖିଆ ଦୋକାନୀ,ମିଲ୍ ପିଛା ୧୦ ଟଙ୍କା ବଢିଲା।
୫-ଓଡ଼ିଶାରେ ଆସିବ ୩୦ ଲକ୍ଷ କୋଟିର ନିବେଶ! CII ସମ୍ମିଳନୀରେ ଶିଳ୍ପ ମନ୍ତ୍ରୀ ଓ ଶୀର୍ଷ ଅଧିକାରୀଙ୍କ ରୋଡମ୍ୟାପ୍।
୬-IAS ସ୍ତରରେ ଅଦଳବଦଳ: ସ୍ମୃତିରଂଜନ ପ୍ରଧାନ ହେଲେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ।
୭-ରାଉରକେଲା ପୋଲିସକୁ ସଫଳତା; ଏକ ସ୍ୱତନ୍ତ୍ର ଅଭିଯାନରେ୧୦୦ରୁ ଅଧିକ ଚୋରା ମୋବାଇଲ୍ ଫୋନ୍ କଲା ଜବତ।
୮-ଖରା ଦିନେ ହେବନି ବିଦ୍ୟୁତ କାଟ, ୩୦ ଜିଲ୍ଲା ଓ ଟ୍ୱିନ ସିଟି ପାଇଁ ପ୍ରସ୍ତୁତ ହୋଇଛି ହିଟୱେଭ ଆକ୍ସନ ପ୍ଲାନ।
୯-ରାଜଧାନୀରେ ଆଉ ରହିବନି ଟ୍ରାଫିକ ସମସ୍ୟା; ନନ୍ଦନକାନନ ପାଇଁ ହେବ ନୂଆ ରାସ୍ତା, ୩୧ ମାର୍ଚ୍ଚ ପୂର୍ବରୁ ସରିବ ସବୁ କାମ।
୧୦-ପୁଣି ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ପର୍ଯ୍ୟଟକଙ୍କୁ ଲୁହା ପାଇପରେ କଲେ ଆକ୍ରମଣ।
୧୧-KIITରେ ଦ୍ଵିତୀୟତମ ଆନୁଆଲ ରିସର୍ଚ୍ଚ ଆଣ୍ଡ ଇନୋଭେସନ କନକ୍ଳେଭ ଅନୁଷ୍ଠିତ, ୩ ଦିନ ଧରି ଚାଲିବ କାର୍ଯ୍ୟକ୍ରମ।
୧୨-ଅନୁଗୁଳ ବନ୍ତଳା ଛକରେ ଭୟାବହ ଅଗ୍ନିକାଣ୍ଡ; ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ବଜାର, ନିଆଁରେ ପୋଡ଼ିଗଲା ୨୦ରୁ ଅଧିକ ଦୋକାନ।
୧୩-ପୁନେ:ପାଣ୍ଡ୍ୟାଙ୍କ ନାଁରେ ପୁଲିସରେ FIR : ପ୍ରେମିକାଙ୍କ ସହ ଫଟୋ ବଢ଼ାଇଲା ଟେନସନ୍ , ଷ୍ଟାର୍ ଅଲରାଉଣ୍ଡରଙ୍କୁ ଚାରିଆଡୁ ହେଉଛି ଛି ଛି।
୧୪-ଏପଷ୍ଟିନ୍ ଫାଇଲ ସହିତ କେନ୍ଦ୍ର ମନ୍ତ୍ରୀଙ୍କ ନାଁ ଯୋଡ଼ିଲେ ରାହୁଲ, ଲୋକସଭାରେ ପ୍ରବଳ ହଙ୍ଗାମା।
୧୫-ସଂସଦର ଉପରେ ନୁହନ୍ତି ବିରୋଧୀ ଦଳ ନେତା କି ପ୍ରଧାନମନ୍ତ୍ରୀ; ଅନାସ୍ଥା ପ୍ରସ୍ତାବ ଖାରଜ ପରେ ଓମ ବିର୍ଲାଙ୍କ ଟିପ୍ପଣୀ।
୧୬-ହର୍ମୁଜ୍ ପ୍ରଣାଳୀରୁ ମୁମ୍ବାଇରେ ଆସି ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର୍।
୧୭-ପ୍ରେମ ପାଇଁ ଡେଇଁଲେ ପାଚେରୀ, ହିନ୍ଦୁ ରୀତିନୀତି ଅନୁସାରେ ଫରମାନଙ୍କ ସହ ବିବାହ କଲେ ମହାକୁମ୍ଭରେ ମାଳି ବିକୁଥିବା ନୀଳ ନୟନା ମୋନାଲିସା।
୧୮-ଇରାନକୁ ମନାଇବାକୁ ରୁଷ-ପାକିସ୍ତାନର ପ୍ରୟାସ : ଯୁଦ୍ଧ ସମାପ୍ତ କରିବା ପାଇଁ ୩ ସର୍ତ୍ତ ରଖିଲେ ରାଷ୍ଟ୍ରପତି ପେଜେଶକିୟାନ।
୧୯-ଇରାନରେ ଫସି ରହିଛନ୍ତି ୯୦୦୦ ଭାରତୀୟ:ବୈଦେଶିକ ମନ୍ତ୍ରଣାଳୟ।
୨୦-ଆମେରିକାକୁ ଧମକ ଦେଲେ ମୋଜତାବା ଖାମେନେଇ।ଇରାନର ଶତ୍ରୁମାନଙ୍କ ଉପରେ ଚାପ ପକାଇବା ପାଇଁ ହର୍ମୁଜ୍ ପ୍ରଣାଳୀର ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ଧମନୀ ବନ୍ଦ ରହିବ।
