March 12, 2026

ରାହାମା ଅଂଚଳ ରେ ଲଜ୍ୟା, ପାଞ୍ଚ ବର୍ଷ ର ନାବାଳିକା କୁ ଦୁଷ୍କର୍ମ, ଦୁଷ୍କର୍ମ କାରି କୁ ଗୋଡ଼ାଇ ଧରିଲା ପୋଲିସ..

IMG-20260310-WA0026
Share

ବାପା ଙ୍କ ସହ ବନ୍ଧୁ ଘରକୁ ଆସିଥିବା ପାଞ୍ଚ ବର୍ଷ ର ନାବାଳିକା କୁ ଦୁଷ୍କର୍ମ କରି ଫେରାର ହୋଇ ଯାଉଥିବା ଅଭିଯୁକ୍ତ କୁ କାବୁ କଲା ତିର୍ତୋଲ ପୋଲିସ, ଗୁରୁତର ନାବାଳିକା କୁ ପ୍ରଥମେ ନିକଟସ୍ତ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଯିବା ଓ ପରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି,

ଏଭଳି ଏକ ଲଜ୍ୟା ଜନକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଧୀନ ରାହାମା କେଳା ବସ୍ତି ରେ, ପାଞ୍ଚ ବର୍ଷ ର ଝିଅ କୁ ସାଥିରେ ଧରି ବନ୍ଧୁ ଘର ଆସିଥିବା ଜୈନିକ ବ୍ୟକ୍ତି ଝିଅ କୁ ଘରେ ଛାଡି ପାଖ ବଜାର କୁ ଆସିଥିବା ବେଳେ, କମାନ୍ଧ ଯୁବକ ର କୁ ଦୃଷ୍ଟି ପଡିଥିଲା ନାବାଳିକା ଝିଅ ଟି ଉପରେ, ସେହି ବସ୍ତି ର ସ୍ୱର୍ଗ ତ ପୁରିଆ ଦାସ ଙ୍କ ପୁଅ ମନୋଜ ଦାସ, ବୟସ 35, ବିବାହିତ, ନାବାଳିକା କୁ ଏକାକୀ ଦେଖି ଘରେ ପଶି ଦୁଷ୍କର୍ମ ଉଦ୍ୟମ କରିଥିଲା,ନାବାଳିକା ଝିଅ ର ଚିତ୍କାର ଶୁଣି ସାହି ର ଅନ୍ୟ ମାନେ ପହଂଚି ଯିବାରୁ ଅପରାଧୀ ଫେରାର ହୋଇଯାଇଥିଲା, ସୂଚନା ଅନୁଯାଇ ଅପରାଧୀ ଜଣକ ପୂର୍ବ ରୁ ଅନେକ ଯୌନ କେଳେଙ୍କାରୀ କାର୍ଯ୍ୟ କରିଥିବା ଜଣା ପଢ଼ିଛି, ଏକ ନାବାଳକ କୁ ଏକୁଟିଆ ପାଇ ତା ସହ ଅପ୍ରାକୃତିକ ଯୌନ କ୍ରିୟା କରି ଧରା ପଡିବା ପରେ ସାହିରେ ଅର୍ଥ ଦଣ୍ଡ ଦେଇ ଛାଡି ଦେଇଥିଲେ, ପୁଣି ଘଟଣା ର ପୁନରାବୃତ୍ତି କୁ ନେଇ ବସ୍ତିରେ ଉତେଜନା ପ୍ରକାଶ ପାଇଥିଲା, ଖବର ପାଇ ତିର୍ତୋଲ ପୋଲିସ ଘଟଣା ସ୍ଥଳ ରେ ପହଂଚି ଆସାମୀ କୁ ଖୋଜା ଖୋଜି କରିବା ପରେ ପଙ୍କପାଳ ନିକଟ ରୁ କାବୁ କରି ତଦନ୍ତ ଜାରି ରଖିଛି ।

(ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର