September 5, 2026

ଗଞ୍ଜାମରେ ବଢୁଥିବା ଦୁର୍ଘଟଣାକୁ ନେଇ ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଗଭୀର ଉଦବେଗ..

IMG-20260308-WA0018
Share

 

 

ବ୍ରହ୍ମପୁର(ନୁରୁଲ ମଲ୍ଲିକ)ଜାତୀୟ ରାଜପଥ ୧୬ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ।

​ବ୍ରହ୍ମପୁର ସାଂସଦ ଡଃ ପାଣିଗ୍ରାହୀ ଜାତୀୟ ରାଜପଥ-୧୬ ରେ ନିର୍ମାଣାଧୀନ ୧୦ ଟି ଓଭରବ୍ରିଜ୍ ଏବଂ ଅଣ୍ଡରପାସ୍ କାର୍ଯ୍ୟରେ ହେଉଥିବା ଅହେତୁକ ବିଳମ୍ବକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।ଦିଶା ବୈଠକ ପୂର୍ବରୁ ଅନେକ ସାମାଜିକ ସଂଗଠନ ଏବଂ ସ୍ଥାନୀୟ ନେତୃବୃନ୍ଦ ସାଂସଦଙ୍କୁ ଭେଟି ଜିଲ୍ଲାରେ ବଢୁଥିବା ସଡ଼କ ଦୁର୍ଘଟଣା ସମ୍ପର୍କରେ ଅବଗତ କରାଇଥିଲେ।

​ଏହି ଆଲୋଚନା ସମୟରେ ଡଃ ପାଣିଗ୍ରାହୀ ଏକ ଭୟଙ୍କର ତଥ୍ୟ ଉପସ୍ଥାପନ କରିଛନ୍ତି ଯେ,ଗଞ୍ଜାମ ବର୍ତ୍ତମାନ ଦେଶର ତୃତୀୟ ସର୍ବାଧିକ ଦୁର୍ଘଟଣା ପ୍ରବଣ ଜିଲ୍ଲା ଭାବେ ଚିହ୍ନଟ ହୋଇଛି।ଜାତୀୟ ରାଜପଥରେ ପ୍ରତିଦିନ ନିରୀହ ଜୀବନ ଯାଉଥିବା ବେଳେ ପ୍ରଶାସନିକ ସମନ୍ୱୟ ଅଭାବରୁ ସୁରକ୍ଷା ଭିତ୍ତିଭୂମି କାର୍ଯ୍ୟ ଅଟକି ରହିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ସେ କହିଛନ୍ତି।

“​ଜାତୀୟ ରାଜପଥ ରେ ଝରୁଥିବା ରକ୍ତ ପାଇଁ ପ୍ରଶାସନିକ ଶିଥିଳତା ଦାୟୀ”ବୋଲି ଡଃ ପାଣିଗ୍ରାହୀ କହିଛନ୍ତି।ବୈଷୟିକ ବାଧାବିଘ୍ନ ଦର୍ଶାଇ କାର୍ଯ୍ୟକୁ ସ୍ଥଗିତ ରଖାଯାଉଥିବା ବେଳେ ଅନ୍ୟ ପଟେ ସାଧାରଣ ଲୋକଙ୍କ ଜୀବନ ଯାଉଛି।ଏହା କେବଳ ଏକ ରାସ୍ତା ନିର୍ମାଣ ନୁହେଁ ବରଂ ଲୋକଙ୍କ ଜୀବନ ରକ୍ଷାର ପ୍ରଶ୍ନ ବୋଲି ସାଂସଦ ପ୍ରକାଶ କରିଛନ୍ତି।

​ବିକାଶ ପଥରେ ପ୍ରମୁଖ ବାଧା ହେଉଛି ​୧୦ ଟି ଫ୍ଲାଏଓଭର ଏବଂ ଅଣ୍ଡରପାସ୍ କାର୍ଯ୍ୟ ମୁଖ୍ୟତଃ ଦୁଇଟି କାରଣରୁ ଅଟକି ରହିଛି। ଯାହାକି

​ବିଦ୍ୟୁତ୍ ଖୁଣ୍ଟ ସ୍ଥାନାନ୍ତର ହେବାକୁ ଥିବା ହେତୁ ବିଦ୍ୟୁତ୍ ବିଭାଗ ଏବଂ ଅନ୍ୟ ବିଭାଗ ସହିତ ସମନ୍ୱୟ ଅଭାବରୁ ଅନେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ହଟାଯାଇ ପାରୁନାହିଁ।

​ଜଙ୍ଗଲ ବିଭାଗର ଅନୁମତି ମଧ୍ୟ ଅନୁରୂପ ଅଟେ ଯାହାକି ଗଛ କଟାଯିବା ପାଇଁ ଅନୁମତି ନମିଳିବା କାରଣରୁ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ମଧ୍ୟ ସାଂସଦ ପ୍ରକାଶ କରିଛନ୍ତି।

​ବୃକ୍ଷ ପ୍ରତ୍ୟାରୋପଣ ପାଇଁ ପ୍ରସ୍ତାବ ମଧ୍ୟରେ ​ପରିବେଶ ସନ୍ତୁଳନ ରକ୍ଷା କରି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସାଂସଦ ଏକ ଅଭିନବ ପ୍ରସ୍ତାବ ଦେଇଛନ୍ତି। ଗଛ ଗୁଡ଼ିକୁ ନ କାଟି ‘ଟ୍ରି ଟ୍ରାନ୍ସପ୍ଲାଣ୍ଟେସନ’ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

​ମୁଖ୍ୟମନ୍ତ୍ରୀଙ୍କୁ ଜରୁରୀ ପତ୍ର ପଠାଇ

​ସାଂସଦ ଡଃ ପାଣିଗ୍ରାହୀ ଏହି ସମସ୍ୟାର ସମାଧାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।ଏନଏଚଏଆଇ,ଶକ୍ତି ବିଭାଗ ଏବଂ ଜଙ୍ଗଲ ବିଭାଗ ମଧ୍ୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ଡକାଇ ଆଗାମୀ ୩୦ ଦିନ ମଧ୍ୟରେ ସମସ୍ତ ବାଧା ଦୂର କରିବାକୁ ସେ ଦାବି କରିଛନ୍ତି।

​ଏହି ସମସ୍ୟା ସମ୍ପର୍କରେ ସାଂସଦ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଏବଂ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ଅବଗତ କରାଇଥିବା ସାଂସଦ ଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି।

You may have missed