April 28, 2026

ସମ୍ପାଦକଙ୍କ ମେରୀ ରାୟ ନୀତିରେ ଚାଲିଛି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର

IMG-20260308-WA0032
Share

 

ତିର୍ତ୍ତୋଲ

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।

 

ଏପରି ଶିକ୍ଷାନୁଷ୍ଠାନ ବିଷୟରେ ଆମେ କହୁଛୁ,ଯୋଉଠି ନା ଅଛି ବାଉଣ୍ଡାରୀ ୱାଲ, ନା ଅଛି ଖେଳ ପଡିଆ, ନା ଅଛି ପାନୀୟ ଜଳ ର ସୁବିଧା, ନା ଅଛି ମ୍ୟାନେଜିଙ୍ଗ କମିଟି l ଶୌଚାଳୟ ଥିଲେ ବି କାର୍ଯ୍ୟକାରୀ ହେଉନଥିବାର ଚିତ୍ର ସ୍ପଷ୍ଟ ବାରି ହେଇ ପଡୁଛି l ଏପରି ପ୍ରାଇଭେଟ ବିଦ୍ୟାଳୟ କୁ ମଞ୍ଜୁରୀ ମିଳିଲା କିପରି ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି l ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତ ତଥା ଗ୍ରାମର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ହିଁ ଏହାର ଜ୍ୱଳନ୍ତ ଉଦାହରଣ l ଏହି ବିଦ୍ୟାମନ୍ଦିର ୧୯୯୫ ମସିହାରୁ ଆରମ୍ଭ ହୋଇ ଅଦ୍ୟାବଧି ୩୦ ବର୍ଷ ପୂରଣ କରି ସାରିଥିଲେ ବି ଯେତିକି ଉନ୍ନତି କରିବା କଥା ତାହାର ହିସାବ କିତାବ ଜଣେ ନଦେଖିଲେ ଜାଣି ପାରିବ ନାହିଁ l ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ହେଉଛି ଏହି ବିଦ୍ୟାମନ୍ଦିର ର ମ୍ୟାନେଞ୍ଜିଙ୍ଗ କମିଟି ଦୀର୍ଘ ୬ବର୍ଷ ଧରି ବଳବତ୍ତର ରହିଆସି ଅଛି l ଶୁଣିବାକୁ ମିଳୁଛି ଯେ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ନଥାଇ ଶିକ୍ଷକତା ପାଇଁ ନିଯୁକ୍ତି ଦିଆ ଯାଇଛି l ଆଉ କେତେକ ଶିକ୍ଷକ ଅନ୍ୟତ୍ର ନିଯୁକ୍ତି ପାଇଥିଲେ ବି ଏଠାରେ ତାଙ୍କର ନାମ ତାଲିକା ରେ ରହିଅଛି l ପ୍ରଶ୍ନ ଉଠୁଛି ଏତେ ସବୁ ତ୍ରୁଟି ଥିଲେ ବି ଶିକ୍ଷା ବିଭାଗ ଜାଣି ପାରିନି ନା ଜାଣିଶୁଣି ନିରବ ସମର୍ଥନ କରୁଛି…? କାହା ସ୍ୱାର୍ଥ ବଳରେ ବର୍ତ୍ତମାନ ର ସମ୍ପାଦକ ସୁଧୀର ପଟ୍ଟନାୟକ ଶିଶୁ ବିଦ୍ୟାମନ୍ଦିର କୁ ଏପରି ଦୟନୀୟ ଅବସ୍ଥାରେ ପରିଚାଳନା କରୁଛନ୍ତି ?କିଏ ଯୋଗାଉଛି ପରିଚାଳନଗତ ପରାମର୍ଶ…? ଶୁଣିବାକୁ ମିଳୁଛି ଯେ ଆସନ୍ତା ମାର୍ଚ୍ଚ ମାସରେ ସିଲଭର ଜୁବୁଲି ପାଳନ କରିବାକୁ ଯାଉଛି l ଏହିପରି ଅବସ୍ଥାରେ ଥିବା ୩୦ ବର୍ଷର ବିଦ୍ୟାମନ୍ଦିର ତଦନ୍ତ ଭୁକ୍ତ ନୁହେଁ କି ବୋଲି ଲୋକେ କୁହାକୁହି ହେବାର ଶୁଣିବାକୁ ମିଳିଥିବା ବେଳେ, ସମ୍ପାଦକ ଶ୍ରୀଯୁକ୍ତ ପଟ୍ଟନାୟକ ଙ୍କ ମେରୀ ରାୟ ନୀତିରେ ବିଦ୍ୟାମନ୍ଦିର ଟି ଚାଲିଛି ବୋଲି ଚର୍ଚ୍ଚା ଜୋର ଧରିଛି l ତିର୍ତ୍ତୋଲ ବ୍ଲକ ଶିକ୍ଷା ବିଭାଗ ଅଧିକାରୀ ଯେବେ ଅନୁଧ୍ୟାନ କରି ଦୃଢ଼ ପଦକ୍ଷେପ ନନେବେ ତାହାହେଲେ ଆଗାମୀ ଦିନରେ ଏହି ବିଷୟ ଜନ ଆନ୍ଦୋଳନ ର ରୂପ ନେଇପାରେ ।