June 30, 2026
IMG-20260307-WA0040
Share

 

୦୭/୦୩/୨୦୨୬ (ଗୁପ୍ତେଶ୍ୱର ରଥ)କୋରାପୁଟ ଜବାହାର ନବୋଦୟ ବିଦ୍ୟାଳୟର ଦଶମ ଶ୍ରେଣୀର ତିନି ଛାତ୍ର ପାଣିରେ ବୁଡ଼ି ମୃତବରଣ କରିଛନ୍ତି।ସ୍ଥାନୀୟ ବାସିନ୍ଦା ତିନି ଛାତ୍ରଙ୍କୁ ଉଦ୍ଧାର କରି କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ।

ମେଡିକାଲରେ ଡାକ୍ତର ମୃତ ଘୋଷଣା କରିବା ପରେ ଶୋକର ଛାୟା ଖେଳିଯାଇଛି।ତିନି ଦଶମ ଶ୍ରେଣୀ ଛାତ୍ର ଆଜି ଅପରାହ୍ନ ନବୋଦୟ ବିଦ୍ୟାଳୟ ନିକଟ କୋଲାବ ଜଳଭଣ୍ଡାରରେ ଗାଧୋଇବାକୁ ଯାଇଥିବା ସମୟରେ ପାଣିରେ ବୁଡ଼ିଯାଇଥିଲେ ବୋଲି କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ ସୂଚନା ଦେଇଛନ୍ତି।କୋରାପୁଟ ଶବ ବ୍ୟବଚ୍ଛେଦ ଗୃହରେ ମୃତଦେହ ରଖାଯାଇଛି ବୋଲି ସେ କହିଛନ୍ତି। ସୂଚନା ମୁତାବକ ମୃତ ଛାତ୍ରମାନେ ହେଲେ ,କୋରାପୁଟ ବ୍ଲକର ଲିଙ୍ଗରାଜ ଖିଲ, ଲମତାପୁଟ ବ୍ଲକର ଓମ୍ ପ୍ରକାଶ ବେହେରା ଏବଂ ଲକ୍ଷ୍ମୀପୁର ବ୍ଳକର ସ୍ୱସ୍ତିକ ହାଲୁଆ।